ଉଦ୍ଧାର ହେଲା ବିରାଟ ତମ୍ପ ସାପ, ଧରା ପଡିବା ପରେ କେମିତି ଓଗାଳିଲା ଗିଳିଥିବା ଚିଆଁ କୁକୁଡା ଦେଖନ୍ତୁ ଭିଡିଓ

ମୟୂରଭଞ୍ଜ(କେନ୍ୟୁଜ୍): ଉଦ୍ଧାର ହେଲା କୁକୁଡା ଖିଆ ତମ୍ପସାପ। ଧରାପଡିବା ପରେ ଓଗାଳିଲା ଗିଳିଥିବା କୁକୁଡା। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଅଧିନସ୍ଥ ବଡ଼ଖୁଣ୍ଟା ଅଂଚଳରେ। ସୂଚନା ଅନୁସାରେ ଗତ ପ୍ରାୟ ଦୁଇମାସ ହେବ ସ୍ଥାନୀୟ ଅଂଚଳରେ ବହୁ କୁକୁଡ଼ା ମରି ଯାଉଥିବାର ଅଭିଯୋଗ ହୋଇ ଆସୁଥିଲା। କିନ୍ତୁ ଏହାର ସଠିକ କାରଣ ଜଣା ପଡୁ ନଥିଲା।

ଆଜି ଗ୍ରାମର ସୌରଭ ବାରିକଙ୍କ ଘରେ ଥିବା କୁକୁଡା ଭାଡ଼ିରେ ତିନୋଟି କୁକୁଡ଼ା ମରିଥିବାର ଦେଖିବାକୁ ମିଳିଥିଲା। ଏଥି ସହିତ ଭାଡି ଭିତରେ ଏକ ବିଷଧର ତମ୍ପ ସାପ ମଧ୍ୟ ଥିଲା। ଖବର ପାଇ ସାପଧରାଳି କ୍ରିଷ୍ଣା ଗୋଛୟତ ପହଞ୍ଚି ଏହି ସାପଟିକୁ ଉଦ୍ଧାର କରିଥିବା ବେଳେ ସାପ ଟି ଗିଳିଥିବା ଦୁଇଟି କୁକୁଡ଼ାକୁ ଓଗାଳି ପକାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.