ଗଠିତ ହେଲା ଖୁରାନିଆଙ୍କ କୋର ଟିମ, ବରିଷ୍ଠ ଆଇପିଏସ ସ୍ତରରେ ବଡ ଅଦଳ ବଦଳ

ଭୁବନେଶ୍ୱର: ଗଠିତ ହେଲା ଖୁରାନିଆଙ୍କ କୋର ଟିମ ।  ରାଜ୍ୟରେ ନୂଆ ସରକାର ଆସିବା ପରେ ନୂଆ ଡିଜିପି ଭାବେ ନିଯୁକ୍ତ ହୋଇଥିଲେ ଯୋଗେଶ ବାହାଦୂର ଖୁରାନିଆ । ଗତକାଲି ସନ୍ଧ୍ୟାରେ ରାଜ୍ୟ ପୋଲିସରେ ବଡ଼ ଧରଣର ଅଦଳବଦଳ ସହିତ ଖୁରାନିଆଙ୍କ କୋର ଟିମ ଗଠିତ ହୋଇଛି । ୧୯୯୦ ବ୍ୟାଚର ଆଇପିଏ ସଯୋଗେଶ ବାହାଦୂର ଖୁରାନିଆ ଓଡିଶା ପୋଲିସ ଫୋର୍ସର ମୁଖ୍ୟ ଭାବେ କାର୍ଯ୍ୟରତ ଥିବା ବେଳେ ଆଉ ଦୁଇଜଣ ବରିଷ୍ଠ ଆଇପିଏସ ଅନ୍ୟ ଦୁଇ ବିଭାଗର ଡ଼ିଜି ଭାବେ ଅଛନ୍ତି ।

୧୯୮୮ ବ୍ୟାଚର ଆଇପିଏସ ଅରୁଣ କୁମାର ରାୟ ଜେଲ ବିଭାଗର ଡ଼ିଜି ଭାବେ ଅବସ୍ଥାପିତ ହୋଇଥିବା ବେଳେ ୧୯୯୦ ବ୍ୟାଚର ଆଇପିଏସ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ଅଗ୍ନିଶମ ଓ ଗୃହରକ୍ଷୀ ବିଭାଗର ଡ଼ିଜି ଅଛନ୍ତି । ଏବେ ଦେଖିବା ପୋଲିସ ଡ଼ିଜି ଯୋଗେଶ ବାହାଦୂର ଖୁରାନିଆଙ୍କ ଟିମରେ ରହିଛନ୍ତି କେଉଁ କେଉଁ ଅଧିକାରୀ ।  ୧୯୯୮ ବ୍ୟାଚର ଆଇପିଏସ ଦୟାଲ ଗଙ୍ଗୱାରଙ୍କୁ ଅତିରିକ୍ତ ଡ଼ିଜି ପୋଲିସ ହେଡକ୍ୱାଟର ଭାବେ ନିଯୁକ୍ତି ମିଳିଛି । ଜଟିଳ ଓ ସମ୍ବେଦନଶୀଳ ମାମଲାର ତଦନ୍ତ ପାଇଁ ଥିବା ସିଆଇଡି କ୍ରାଇମବ୍ରାଞ୍ଚର ଅତିରିକ୍ତ ଡ଼ିଜି ଭାବେ ୧୯୯୩ ବ୍ୟାଚର ଆଇପିଏସ ଵିନୟାତୋଷ ମିଶ୍ରଙ୍କୁ ଅବସ୍ଥାପିତ କରାଯାଇଛି ।

ସେହି ସମାନ ବ୍ୟାଚର ଆଇପିଏସ ଆର ପି କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଗୁରୁଦାୟିତ୍ୱ ଦିଆଯାଇଛି । ପୋଲିସ ଫୋର୍ସର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଅପରେସନର ଆଇଜି ଭାବେ ୨୦୦୫ ବ୍ୟାଚର ଆଇପିଏସ ଜୟ ନାରାୟଣ ପଙ୍କଜଙ୍କୁ ନିଯୁକ୍ତି କରାଯାଇଥିବା ବେଳେ ୨୦୦୮ ବ୍ୟାଚର ଆଇପିଏସ ଅଖିଳେଶ୍ୱର ସିଂଙ୍କୁ ଡ଼ିଆଇଜି ଅପରେସନ ଭାବେ ଅବସ୍ଥାପିତ କରାଯାଇଛି । କଟକ ଭୁବନେଶ୍ୱର ଦୈତ୍ୟନଗରୀ ବା କମିଶନରେଟ ପୋଲିସର କମିଶନର ଭାବେ ୧୯୯୮ ବ୍ୟାଚର ଡକ୍ଟର ସୁରେଶ ଦେବଦତ୍ତ ସିଂଙ୍କୁ ନିଯୁକ୍ତ କରାଯାଇଛି  ।

କମିଶନରେଟ ପୋଲିସରେ ତାଙ୍କର ଏହା ପ୍ରଥମ ନିଯୁକ୍ତି ହୋଇଥିବା ବେଳେ କମିଶନରେଟ ପୋଲିସରେ ପୂର୍ବରୁ ଦୀର୍ଘ ଦିନ କାମ କରିଥିବା ୨୦୦୮ ବ୍ୟାଚର ଆଇପିଏସ ଡକ୍ଟର ଉମାଶଙ୍କର ଦାଶଙ୍କୁ ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ଦିଆଯାଇଛି । ସେହିଭଳି ପୁରୀ ଏସପି ଥିବା ୨୦୧୧ ବ୍ୟାଚର ଆଇପିଏସ ପିନାକ ମିଶ୍ରଙ୍କୁ ଭୁବନେଶ୍ୱର ଡ଼ିସିପି ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ପୂର୍ବରୁ ସେ କଟକ ଡ଼ିସିପି ଭାବେ ଦୀର୍ଘ ଦିନ କାର୍ଯ୍ୟ କରିଛନ୍ତି ।  ସେପଟେ କଟକ ଡ଼ିସିପି ଭାବେ ଗଞ୍ଜାମର ଏସପି ଥିବା ୨୦୧୩ ବ୍ୟାଚର ଆଇପିଏସ ଜଗମୋହନ ମୀନାଙ୍କୁ ଅବସ୍ଥାପିତ କରାଯାଇଛି ।

ପୁରା ତାଲିକା ନିମ୍ନରେ :

 

Document 55.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like