ଭୁବନେଶ୍ୱର(କେନ୍ୟୁଜ୍) : ସତ ବଖାଣୁଛି କାଶ୍ମୀର ଠକ ତଥା ସନ୍ଦିଗ୍ଧ ଆତଙ୍କବାଦୀ ବୁଖାରି । ତା ମୁହଁରୁ ଗୋଟି ଗୋଟି ସତ ଉଗାରୁଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏବେ ବୁଖାରିର ସିଡିଆର ରିପୋର୍ଟରୁ ଚାଞ୍ଚଲ୍ୟକର ଖୁଲ୍ଲାସା ହୋଇଛି । ଏକାଧିକ ଲୋକଙ୍କ ସହ ହ୍ଵାଟ୍ସଆପ ସହ ଫୋନରେ କଥା ହେଉଥିଲା ବୁଖାରି । ଚାଇନିଜ୍ ଡେଟିଂ ଆପର ଏଜେଣ୍ଟ ଥିଲା । ସାଇଟରେ ନିୟୋଜିତ କରିଥିଲା ୫୦ ଜଣ ମହିଳା ।
ମହିଳାମାନଙ୍କଠାରୁ ୨୫ ପ୍ରତିଶତ କମିସନ ଆକାରରେ ଟଙ୍କା ନେଉଥିଲା ବୁଖାରି । ୯ଟି ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା କାରବାର ହୋଇଛି । ୪ ଜଣ ପତ୍ନୀଙ୍କଠାରୁ ଟଙ୍କା ଆଣୁଥିଲା । ମହାରାଷ୍ଟ୍ରର ସୋଲାପୁରରେ ଥିବା ପତ୍ନୀ ଜଣେ ଅଧ୍ୟାପିକା। ବୁଖାରିର ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ଥିବା ବେଳେ ସେ ଇଂରାଜୀ, ହିନ୍ଦୀ, ଡଙ୍ଗରୀ, କାଶ୍ମିରୀ, ମରାଠୀ, ଉର୍ଦ୍ଦୁରେ ପାରଙ୍ଗମ ଥିଲା। ଓଡ଼ିଆ ଭାଷା ମଧ୍ୟ ବୁଝି ପରୁଥିଲା ବୁଖାରି। ଆଜି ସୟଦ ଇସାନ୍ ବୁଖାରି ରିମାଣ୍ଡର ଚତୁର୍ଥ ଦିନ । ଆସନ୍ତାକାଲି ପାଞ୍ଚ ଦିନିଆ ରିମାଣ୍ଡର ଶେଷ ଦିନ । ରବିବାର ଦିନ ଦଶଟା ସୁଦ୍ଧା ବୁଖାରିକୁ କୋର୍ଟରେ ହାଜର କରାଇବ ଏସଟିଏଫ୍ ।
ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…
କନ୍ଧମାଳ (କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…
ବାଲେଶ୍ବର (କେନ୍ୟୁଜ୍): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…
କଟକ(କେନ୍ୟୁଜ୍): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…
ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…
ଭୁବନେଶ୍ୱର(କେନ୍ୟୁଜ୍): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…