ବଡ଼ ଧରଣର ଡକାୟତି, ୧୫ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଲୁଟ୍

ବଡ଼ବିଲ୍(କେନ୍ଯୁଜ୍) : ବଡ଼ ଧରଣର ଡକାୟତି । ୧୫ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଲୁଟ୍ ଅଭିଯୋଗ । ବଡ଼ବିଲ୍ ରାଜୀବ ବିହାରରୁ ଗତକାଲି ରାତିରେ ଏହି ଲୁଟପାଟ ହୋଇଛି । ବ୍ୟବସାୟୀ ମନ୍ଜିନ୍ଦର ସିଂହଙ୍କ ଘରୁ ଡକାୟତି ଅଭିଯୋଗ ହୋଇଛି ।
ଲୁଟ୍ ହୋଇଥିଲା ସାମଗ୍ରୀ ଭିତରେ ରହିଛି ସୁନା ଅଳଙ୍କାର, ନଗଦ ୨ ଲକ୍ଷ ଟଙ୍କା, ଗୋଟିଏ ରାଇଫଲ, ମାଉଜର, ୨ ଗୁଳି ଭର୍ତ୍ତି କ୍ୟାଟ୍ରିଜ । ଗତକାଲି ରାତିରେ ଝରକା ଗ୍ରୀଲ୍ ତାଡ଼ି ଦୁର୍ବୃତ୍ତ ଟଙ୍କା, ସୁନାଗହଣା ଆଦି ଧରି ଛୁ ମାରିଛନ୍ତି । ଏନେଇ ବଡ଼ବିଲ୍ ଥାନାରେ ଅଭିଯୋଗ ପରେ ପୋଲିସ ତନାଘନା ଚଳାଇଛି ।