ୱେବ ଚ୍ୟାନେଲ ଅଫିସ ଭିତରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ ପରେ ୫ ଦେହଜୀବୀଙ୍କ ସମେତ ଗ୍ରାହକ ଅଟକ

କଟକ (କେନ୍ୟୁଜ): ସିଲଭର ସିଟିରେ ଖୁଲମଖୁଲା ଚାଲିଛି ସେକ୍ସ ରାକେଟ । ୱେବ୍‌ ଚ୍ୟାନେଲ୍‌ ଆଳରେ ବେଧଡ଼କ ଚାଲିଛି କଳା କାରବାର । କମ୍‌ ବୟସର ଯୁବକଙ୍କୁ କରୁଥିଲେ ଟାର୍ଗେଟ । କମିଶନରେଟ ପୋଲିସ ଚଢ଼ାଉ କରି ଗ୍ରାହକ ଓ ଦଲାଲ ସମେତ ୫ ଦେହଜୀବୀଙ୍କୁ ଅଟକ ରଖି ତଦନ୍ତ କରୁଛି ।

ଆଜି ଅପରାହ୍ନରେ କଟକ ବାଦାମବାଡ଼ି ଥାନା ଅଞ୍ଚଳରେ ବଡ଼ ଧରଣର ସେକ୍ସ ରାକେଟ ଚାଲିଥିବା ଖବର ପାଇଁ ଚଢ଼ାଉ ହୋଇଥିଲା । ୫ ଦେହଜୀବୀ ସମେତ ଜଣେ ଗ୍ରାହକ ଓ ଜଣେ ଦଲାରକୁ ଅଟକ ରଖି ତଦନ୍ତ କରୁଛି ବାଦାମ ବାଡ଼ି ପୋଲିସ । ଏକ ନିର୍ଦ୍ଦିଷ୍ଟ ୱବ୍‌ ଚ୍ୟାନେଲ ଅଫିସ ଭିତରେ ଚାଲିଥିଲା ସେକ୍ସ ରାକେଟ । ୱେବ ଚନେଲକୁ ଢାଲ କରି ଅଫିସ ପଛରେ ଚାଲିଥିଲା ଦେହ ବ୍ୟବସାୟ। ନୀଷାମଣି ହଲ ପଛ ପଟ, ସୂର୍ଯ୍ୟବିହାର ଲେନ୍‌-୨ରେ ଚାଲିଥିଲା ଏହି ସେକ୍ସ ରାକେଟ । ସମସ୍ତଙ୍କୁ ବାଦାମ ବାଡ଼ି ଥାନାରେ ଅଟକ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.