କଟକ: ବଦଳିଲା ବିହାରୀ କଏଦୀ ମଧୁକାନ୍ତର ଠିକଣା । ଝାରପଡ଼ା ଜେଲ୍ ନୂଆ ଠିକଣା । ଚୌଦ୍ଵାର ମଣ୍ଡଳ କାରାଗାରରୁ ଆସିଲା ଝାରପଡ଼ା ଜେଲ୍। ପୁଣି ଫେରାର ହୋଇଯିବା ଆଶଂକାରେ ତାକୁ ଝାରପଡ଼ା ଜେଲକୁ ସ୍ଥାନାନ୍ତର ପାଇଁ ଆବେଦନ କରିଥିଲେ ଜେଲ୍ ଚୌଦ୍ବାର ସର୍କଲ କର୍ତ୍ତୃପକ୍ଷ । ମଧୁକାନ୍ତର ହାତ ଓ ଗୋଡ଼ରେ ବେଡ଼ି ପକାଇ ରଖାଯିବ ।
ଝାରପଡ଼ା ଜେଲରୁ ଭିଡିଓ କନଫରେନ୍ସ ଜରିଆରେ ହୋଇ ପାରେ ମଧୁକାନ୍ତର ଶୁଣାଣି । ଚୌଦ୍ଵାର ସର୍କଲ୍ ଜେଲରୁ ୨୦୨୫ ଅକ୍ଟୋବର ୩ ତାରିଖରେ ମଧୁକାନ୍ତ ଓ ତାର ସହଯୋଗୀ ରାଜା ସାହାଣୀ ଫେରାର ହୋଇଯାଇଥିଲେ । ଗତ ୧୪ ତାରିଖରେ ମଧୁକାନ୍ତ ବୃନ୍ଦାବନରୁ ଧରାପଡ଼ିଥିଲା । ରାଜା ଶାହାଣୀ ଏପର୍ଯ୍ୟନ୍ତ ଧରାପଡ଼ିନି ।
Also read: ଆଜିଠୁ ୫ ଦିନିଆ ଓଡ଼ିଶା ଆସୁଛନ୍ତି ମହାନଦୀ ଟ୍ରିବ୍ୟୁନାଲ ସଦସ୍ୟ, ୫ଟି ଦିଗ ଉପରେ କରିବ ଅନୁଧ୍ୟାନ