ଆଜି ବସିବ ବିଜେଡିର ସଂସଦୀୟ ଦଳ ବୈଠକ, ସଂସଦର ବଜେଟ ଅଧିବେଶନ ପାଇଁ ପ୍ରସ୍ତୁତ ହେବ ରଣନୀତି

ଭୁବନେଶ୍ୱର : ଆଜି ବସିବ ବିଜେଡିର ସଂସଦୀୟ ଦଳ ବୈଠକ । ସଂସଦର ବଜେଟ ଅଧିବେଶନ ପୂର୍ବରୁ ବୈଠକରେ ବଜେଟ ଅଧିବେଶନ ପାଇଁ ଦଳ ପ୍ରସ୍ତୁତ କରିବ ରଣନୀତି । ବୈଠକରେ ଅଧ୍ୟକ୍ଷତା କରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ବୈଠକରେ ମୁଖ୍ୟତଃ ଏକକ ନିର୍ବାଚନ ବିଲ, ୱାକଫ ଆମେଣ୍ଡମେଣ୍ଟ ବିଲ, ରାଜ୍ୟକୁ ସ୍ପେଶାଲ କ୍ୟାଟାଗୋରୀ ଷ୍ଟାଟସ, ପୁରୀ ଗ୍ରୀନ ଫିଲଡ ଏୟାରପୋର୍ଟ, ଇଷ୍ଟକୋଷ୍ଟ ରେଲୱେରୁ ୱାଲଟିୟର ଡିଭିଜନ ଅଲଗା ହେବା, ରାଜ୍ୟରେ ଟେଲି ଡେନସିଟି ସହ ଅଧିକ ସଂଖ୍ୟାରେ ବ୍ୟାଙ୍କ ସ୍ଥାପନ ଉପରେ ଆଲୋଚନା ହୋଇପାରେ ।

ପୂର୍ବରୁ ୱାନ ନେସନ, ୱାନ ଇଲେକ୍ସନ ବିଲ ଓ ୱାକଫ ଆମେଣ୍ଡମେଣ୍ଟ ବିଲକୁ ବିଜେଡି ବିରୋଧ କରିଛି । ସଂସଦରେ ଏହି ପ୍ରସଙ୍ଗ ଉଠାଇବେ ବିଜେଡି ସାଂସଦ। ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ବିଲକୁ ତର୍ଜମା ପାଇଁ ଯୁଗ୍ମ ସଂସଦୀୟ କମିଟି-ଜେପିସିକୁ ପଠାଯାଇଛି । ଏଥିରେ ଲୋକସଭାରୁ ୨୭ ସାଂସଦ ଅଛନ୍ତି । ଜେପିସିରେ ରାଜ୍ୟସଭାରୁ ୧୨ ଜଣ ସାଂସଦଙ୍କ ମଧ୍ୟରେ ଅଛନ୍ତି ବିଜେଡିର ମାନସ ମଙ୍ଗରାଜ । ପୂର୍ବରୁ ୱାନ୍ ନେସନ, ୱାନ ଇଲେକ୍ସନକୁ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିରୋଧ କରି ବିଧାନସଭାର ଶୀତ ଅଧିବେଶନରେ ଏକ ସଂକଳ୍ପ ଆଣିଥିଲେ ।

ଅଧିକ ପଢନ୍ତୁ : ଆଜିଠୁ ୨ଦିନିଆ ଶିଳ୍ପ ମହାକୁମ୍ଭ, ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫କୁ ଉଦଘାଟନ କରିବେ ମୋଦି