ଆୟୋଜିତ ହେବାକୁ ଯାଉଛି ବିଜୁ ପଟ୍ଟନାୟକ ହିମାଳୟ ଏକ୍ସପେଣ୍ଡିସନ୍ ର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ବର (କେନ୍ଯୁଜ୍) : ବିଜୁ ପଟ୍ଟନାୟକ ହିମାଳୟ ଏକ୍ସପେଣ୍ଡିସନ୍ ର ୩ୟ ବାର୍ଷିକ ଉତ୍ସବ ଆୟୋଜିତ ହେବାକୁ ଯାଉଛି । ଓଡିଶା ସରକାରଙ୍କ ସ୍ପୋର୍ଟ୍ସ ଏବଂ ୟୁଥ୍ ସରଭିସେସ୍ ବିଭାଗ ଦ୍ବାରା ୨୦୧୬ ସମିହାରୁ ଏହି କାର୍ଯ୍ଯକ୍ରମ ଆୟୋଜିତ ହୋଇଆସୁଛି । ଚଳିତ ବର୍ଷ ଏହା ପାଳନ କରିବାକୁ ଯାଉଛି ଏହାର ୩ୟ ବାର୍ଷିକ ଉତ୍ସବ । ଆସନ୍ତା ସେପ୍ଟେମ୍ବର ୧୬ ରୁ ୨୯ ତାରିଖ ପର୍ଯ୍ଯନ୍ତ ଏହି କାର୍ଯ୍ଯକ୍ରମ ଉତ୍ତରାଖଣ୍ଡର ରୁଦୁଗୈର ପର୍ବତରେ ଆୟୋଜିତ ହେବ, ଯାହା ଗଙ୍ଗୋତ୍ରୀ ନାମକ ବରଫାଚ୍ଛନ୍ନ ନଦୀ ନିକଟରେ ଅବସ୍ଥିତ ।

ତେବେ ଯୁବ ଗୋଷ୍ଠିଙ୍କ ମଧ୍ୟରେ ଆତ୍ମବିଶ୍ବାସ, ନିରବତା, ଦୁଃସାହସିକତା ଏବଂ ନେତୃତ୍ୱ ନେବାର ଯୋଗତାକୁ ଆହୁରି ପ୍ରତିଫଳିତ କରିବା ଏହି କାର୍ଯ୍ଯକ୍ରମର ମୂଳ ଲକ୍ଷ୍ୟ ।ଆୟୋଜିତ କାର୍ଯ୍ଯକ୍ରମ ପାଇଁ ପ୍ରାରମ୍ଭ ରୁ ୧୪୪ଜଣ ପ୍ରତିଯୋଗୀ ଭାଗ ନେବାପାଇଁ ଆସିଥିବାବେଳେ ସେମାନଙ୍କ ମଧ୍ୟରୁ ୯୯ ଜଣ ଯୋଗ୍ୟ ବିବେଚିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୩୦ ଜଣ ଜାମସେଦପୁରଠାରେ ଆୟୋଜିତ ଏକ କ୍ୟାମ୍ପରେ ଭାଗ ନେଇଥିବାବେଳେ ,ଶେଷରେ ସେମାନଙ୍କ ମଧ୍ୟରୁ ୧୫ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି । 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.