କ୍ରୀଡ଼ା ଦିବସରେ ବିଜୁ ପଟ୍ଟନାୟକ କ୍ରୀଡ଼ା, ସାହସିକତା ଓ ସମାଜ ସେବା ପୁରସ୍କାର ପ୍ରଦାନ

ଭୁବନେଶ୍ବର(କେନ୍ୟୁଜ୍) : କ୍ରୀଡ଼ା ଦିବସରେ ବିଜୁ ପଟ୍ଟନାୟକ କ୍ରୀଡ଼ା, ସାହସିକତା ଓ ସମାଜ ସେବା ପୁରସ୍କାର ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ସବରେ ଯୋଗଦେଇ ପୁରସ୍କାର ପ୍ରଦାନ କରିଛନ୍ତି । ଉନ୍ନତ କ୍ରୀଡ଼ା ଭିତ୍ତିଭୂମି ପାଇଁ କିଟ୍‌ ବିଶ୍ୱବିଦ୍ୟାଳୟକୁ ସମ୍ମାନିତ କରାଯାଇଛି । ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ସମ୍ମାନ ଗ୍ରହଣ କରିଛନ୍ତି । ସେହିପରି ଅନ୍ୟ ୭ ଜଣଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ଅନୁଗୁଳ ଘଣ୍ଟପଡ଼ାର ଚତୁର୍ଥ ଶ୍ରେଣୀ ଛାତ୍ରୀ ଶ୍ରୀମତୀ ବଦ୍ରାଙ୍କୁ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ମିଳିଛି । କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ପ୍ରମୋଦ ଭଗତଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର, ସମାଜ ସେବା ପାଇଁ ରାଧାକାନ୍ତ ତ୍ରିପାଠୀ କାମାକ୍ଷା ପ୍ରସାଦ ମାଝୀ, ରାମ ନାରାୟଣ ଦାଶ, ବଦ୍ରି ମିଶ୍ର, ଅବଦୁଲ ରହମାନ୍‌ ଖାନ୍‌ ଓ ମହେନ୍ଦ୍ର କୁମାର ଜୋଷୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.