ବଦଳିଲା ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ, ହେଲା ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ

ଭୁବନେଶ୍ୱର : ବଦଳିଲା କ୍ରୀଡା ପୁରସ୍କାର ନାଁ । ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ବଦଳି ହେଲା ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ । ପୂର୍ବରୁ ତାହା ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଥିଲା। କ୍ରୀଡ଼ା ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଜାତୀୟ କ୍ରୀଡା ଦିବସରେ ଓଡିଶାର କୃତି ଓ ସଫଳ କ୍ରୀଡ଼ାବିତ, କୋଚ, ସାମ୍ବାଦିକ ଓ କ୍ରୀଡା ଅନୁଷ୍ଠାନକୁ ଦିଆଯାଏ ସମ୍ମାନ ।