ବିଜୁବାବୁଙ୍କ ଡାକୋଟା ବିମାନ କୋଲକାତାରୁ ଓଡ଼ିଶା ଆଣିବା ପ୍ରକ୍ରିୟା ଆରମ୍ଭ, ଅଲଗା କରାଯାଉଛି ବିଭିନ୍ନ ଅଂଶ

କୋଲକାତା (କେନ୍ୟୁଜ୍‌) : ଶେଷରେ ବିଜୁ ବାବୁଙ୍କ ଡାକୋଟା ବିମାନ କୋଲକାତାରୁ ଭୁବନେଶ୍ୱର ଆସିବ । ଆଜି କୋଲକାତା ନେତାଜୀ ସୁଭାଷ ବୋଷ ଆନ୍ତର୍ଜାତିକ ବିମାନ ବନ୍ଦରରେ ବିମାନର ବିଭିନ୍ନ ଅଂଶକୁ ଅଲଗା କରାଯାଉଛି । ଏରୋସ୍ପେସ ରିସର୍ଚ୍ଚ ଡେଭଲପମେଣ୍ଟ ସେଣ୍ଟର ମହାପ୍ରବନ୍ଧକ ଦେବାଶିଷ ମହାନ୍ତି ଙ୍କ ତତ୍ତ୍ୱାବଧାନରେ ଡାକୋଟା ବିମାନର ଦୁଇଟି ଡେଣା ଖୋଲା ସରିଛି । ଆସନ୍ତା ସପ୍ତାହ ସୁଦ୍ଧା ଏହି ବିମାନର ବିଭିନ୍ନ ଅଂଶକୁ ଅଲଗା କରାଯିବା ପରେ ଓଡ଼ିଶା ନିଆଯିବ ।

ବିମାନର ଅଂଶ ବିଶେଷକୁ ପୃଥକ୍‌ କରିବା ନିମିତ୍ତ ଚାରି ଜଣ ଯନ୍ତ୍ରୀ କାର୍ଯ୍ଯରେ ଲାଗିଛନ୍ତି ବୋଲି ବିମାନ ବନ୍ଦର କର୍ତ୍ତୃପକ୍ଷ ଜଣାଇଛନ୍ତି । ସରକାରଙ୍କ ଘୋଷଣା ଅନୁସାରେ ଏହି ବିମାନଟି ଭୁବନେଶ୍ୱରରେ ସଂରକ୍ଷିତ କରି ରଖାଯିବ । …

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସହ ଏହି ଡାକୋଟା ବିମାନର ନିବିଡ଼ ସମ୍ପର୍କ ରହିଛି । ଯାହାକୁ ଓଡ଼ିଶା ଆଣିବା ପାଇଁ ଅନେକ ଦିନ ଧରି ଉଦ୍ୟମ ଚାଲିଛି । ଏହାକୁ କୋଲକାତାରୁ ଆଣିବା ପାଇଁ ଯେଉଁ ଔପଚାରିକତା ରହିଥିଲା ସେସବୁ ସମ୍ପୂର୍ଣ୍ଣ ହେବା ପରେ ବିମାନଟିକୁ ଓଡ଼ିଶା ଆଣିବାର ପ୍ରକ୍ରିୟା ଆରମ୍ଭ ହୋଇଛି । ୬୪ ଫୁଟ ୮ ଇଞ୍ଚ ଲମ୍ବର ଏହି ବିମାନ ଡେଣାଗୁଡ଼ିକର ଚଉଡ଼ା ୯୫ ଫୁଟ ।

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁ ଜଣେ ଦକ୍ଷ ପାଇଲଟ୍‌ ଥିଲେ । ଭାରତର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ରହିଛି । ପାଇଲଟ୍‌ ଭାବେ ସେ ଅନେକ ଦୁଃସାହସିକ କାର୍ଯ୍ୟ ମଧ୍ୟ କରିଛନ୍ତି । ସେ ଚଳାଉଥିବା ଡାକୋଟା ବିମାନ ତାଙ୍କର ସ୍ମୃତିକୁ ତାଜା କରିବା ସହ ତାଙ୍କ ବୀରତ୍ୱର ଗାଥା ବର୍ଣ୍ଣନା କରିବ ।

DACOTA-1

 

Leave A Reply

Your email address will not be published.