ମାର୍ଚ୍ଚ ୫ରୁ ୭ ଦିନ ବ୍ୟାପୀ ବିଜୁ ବାବୁଙ୍କ ଜନ୍ମଦିନ ପାଳନ କରିବ ବିଜେଡି, ପ୍ରଥମ ଦିନ ବିଜୁ ବାବୁଙ୍କ ଜନ୍ମସ୍ଥାନ କଟକରେ ହେବ ବିରାଟ ସମାରୋହ

କେନ୍ୟୁଜ୍(ବ୍ୟୁରୋ): ମାର୍ଚ୍ଚ ୫ରେ ବିଜୁ ବାବୁଙ୍କ ଜନ୍ମଦିନ । ଏବର୍ଷ ୭ ଦିନ ବ୍ୟାପୀ ବିଜୁ ବାବୁଙ୍କ ଜନ୍ମଦିନ ପାଳନ କରିବ ବିଜେଡି । ସମସ୍ତ ବ୍ଳକ, ନିର୍ବାଚନ ମଣ୍ଡଳୀରେ ବଡ ଧରଣର ପାଳନ କରିବାକୁ ଯୋଜନା ହୋଇଛି । ପ୍ରଥମ ଦିନ ବିଜୁ ବାବୁଙ୍କ ଜନ୍ମସ୍ଥାନ କଟକରେ ବିରାଟ ସମାରୋହ କରାଯିବ । ଏହି ୭ ଦିନ ମଧ୍ୟରେ ଯୁବ, ଛାତ୍ର ଓ ମହିଳା ବିଜେଡି ବ୍ୟାପକ କାର୍ଯ୍ୟକ୍ରମ କରିବ । ବିଜୁ ବାବୁଙ୍କ ସାହସିକତା ଓ ଓଡ଼ିଶା ଗଢ଼ିବାରେ ବଳିଦାନର ବାର୍ତ୍ତା ଲୋକଙ୍କ ପାଖରେ ପହଁଚାଇବ ଦଳ । ଏହାସହ ୨୦ ବର୍ଷର ନବୀନଙ୍କ ସରକାରର ସଫଳତା କଥା ବି ଲୋକଙ୍କ ପାଖରେ ପହଁଚାଇବ ଦଳ । ଏନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଏହି କାର୍ଯ୍ୟକ୍ରମ ବାବଦରେ ଯେଉଁ ଯୋଜନା ହୋଇଛି, ତାହା ଅନୁମୋଦନ ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଯିବ । ଏହାପରେ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରାଯିବ ବୋଲି ଦଳର ବରିଷ୍ଠ ନେତା ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.