ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜାନରେ ପ୍ରାୟ ୨କୋଟି ଲୋକଙ୍କୁ ଦିଆଯାଇଛି ମାଗଣା ଚିକିତ୍ସା : ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ବର : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜାନାରେ ଉପକୃତ କୋଟି କୋଟି ଲୋକ । ୧ କୋଟି ୮୦ଲକ୍ଷ ଲୋକଙ୍କୁ ଦିଆଯାଇଛି ମାଗଣା ଚିକିତ୍ସା । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହା ସହ କହିଛନ୍ତି ଏଥିପାଇଁ କୌଣସି କାର୍ଡ ଦେଖାଇବାକୁ ପଡିବ ନାହିଁ । ଆୟ ପ୍ରମାଣପତ୍ର ଦେଖାଇଲେ ମାଗଣା ଚିକିତ୍ସା ପାଇପାରିବେ । ମହିଳାଙ୍କ କ୍ଷେତ୍ରରେ ୭ଲକ୍ଷ ଟଙ୍କାର ସୁବିଧା ଉପଲବ୍ଧ ହେବ । ବିଜୁସ୍ୱାସ୍ଥ୍ୟ ଯୋଜନାରେ ଏହି ସୁବିଧା ମିଳିପାରିବ । ୭୦ଲକ୍ଷ ପରିବାର ଏହି ଯୋଜନାରେ ସାମିଲ ହୋଇଛନ୍ତି। ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ।
ଏହି ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀମାନଙ୍କୁ ରାଜ୍ୟର ସବୁ ସରକାରୀ ଡାକ୍ତରଖାନାରେ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଉଛି । ଖାଲି ସେତିକି ନୁହେଁ, ଏହି ସ୍ମାର୍ଟ କାର୍ଡ଼ ଜରିଆରେ ରାଜ୍ୟର ଶହେରୁ ଊର୍ଦ୍ଧ୍ୱ ବେସରକାରୀ ହସପିଟାଲରେ ମଧ୍ୟ ହିତାଧିକାରୀମାନେ ସମାନ ସୁବିଧା ପାଇ ପାରୁଛନ୍ତି । ବିଜୁ କୃଷକ କଲ୍ୟାଣ ଯୋଜନାରେ ଦିଆଯାଇଛି ଦୁଇଟି ସ୍ମାର୍ଟ କାର୍ଡ଼ । କୌଣସି ରୋଗୀକୁ ନେଇ ପହଞ୍ଚିଲେ ଏହାକୁ ନେଇ ପ୍ରଥମେ ହସପିଟାଲରେ ରେଜିଷ୍ଟ୍ରେସନ୍ କରିବାକୁ ହୁଏ । ରେଜିଷ୍ଟ୍ରେସନ୍ ବେଳେ ରୋଗୀର ଟିପଚିହ୍ନ ନେଇ ତାକୁ କମ୍ପ୍ୟୁଟରରେ ମିଳା ଯାଏ । ଯାହା ପୂର୍ବରୁ କୃଷି ବିଭାଗର କର୍ମଚାରୀମାନେ ଘର ଘର ବୁଲି ସଂଗ୍ରହ କରିଥାନ୍ତି । ଟିପ ଚିହ୍ନ ମିଳିଗଲା ପରେ ହେଲପ ଡେସ୍କରେ ଥିବା କର୍ମଚାରୀ ଏକ ରେଜିଷ୍ଟ୍ରେସନ୍ କାର୍ଡ଼ ଦେଇଥାନ୍ତି । ଏହି କାର୍ଡ଼ ଦେଖାଇ ଡାକ୍ତରଙ୍କ ପାଖକୁ ଯାଆନ୍ତି ରୋଗୀ । ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ଲେଖିବା ପରେ ତାକୁ ଧରି ପୁଣି ଆସିଥାନ୍ତି ହେଲପ ଡେସ୍କକୁ । ସେମାନେ ସିଲ୍ ମାରି ନିର୍ଦ୍ଦିଷ୍ଟ ଔଷଧ ଦୋକାନକୁ ଯିବାକୁ କୁହନ୍ତି ଏବଂ ରୋଗୀ ସମ୍ପର୍କୀୟ ସେହି ଟିକେଟ୍ ଧରି ମାଗଣାରେ ଔଷଧ ଆଣିଥାନ୍ତି । ଯଦି ଅତି ଜରୁରୀ ଥାଏ ତେବେ ଆଗେ ପଇସା ଦେଇ ଔଷଧ ଆଣିବା ପରେ ହେଲପ ଡେସ୍କରୁ ଟିକେଟ୍ ନେଇ ଦେଖାଇଲେ ଔଷଧ ଦୋକାନୀ ପଇସା ଫେରାଇ ଦିଅନ୍ତି । ଏହି ସ୍ମାର୍ଟ କାର୍ଡ଼ରେ କେବଳ ରୋଗବୈରାଗ ନୁହେଁ ତା ସହିତ ଦୁର୍ଘଟଣା ଜନିତ ଚିକିତ୍ସା ମଧ୍ୟ କରାଯାଉଛି । କାର୍ଡ଼ ନଂ-୨ରେ ପୂର୍ବରୁ ଥିବା ୭୦ ହଜାର ଟଙ୍କାର ମାଗଣା ଚିକିତ୍ସା ସୁବିଧାକୁ ୧ ଲକ୍ଷ ଟଙ୍କା କରାଯାଇଛି ।