ବାଇକ-ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ ଓ ଦୁଇ ଗୁରୁତର

ପାରାଦୀପ(କେନ୍ୟୁଜ): ପାରାଦୀପ ନେହେରୁ ବଙ୍ଗଳା ରାସ୍ତାରେ ଘଟିଯାଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ମୃତ ଓ ଦୁଇଜଣ ଗୁରୁତର ଥିବା ସୂଚନା ମିଳିଛି । ଦୁଇ ଗୁରୁତର ଯୁବକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ବାଇକ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଘଟିଛି ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମୃତ ଯୁବକ ଜଣଙ୍କ କୁଜଙ୍ଗ ବ୍ଲକ କୋଠି ପଂଚାୟତ କୋଠି ଶାସନ ଗ୍ରାମର ପ୍ରଭାତ ନନ୍ଦଙ୍କ ସାନ ପୁଅ ପ୍ରୀତିପ୍ରକାଶ ନନ୍ଦ (୩୦) ବୋଲି ସୂଚନା ରହିଛି । ଗୁରୁତର ଆହତ ଦୁଇଜଣଙ୍କ ନାମ ଅମର ପରିଡା ଓ ଚନ୍ଦ୍ରକାନ୍ତ ନାୟକ ବୋଲି ଜଣା ପଡିଥିଲେ ମଧ୍ୟ ସେମାନଙ୍କ ଘର ସମ୍ପର୍କରେ ସଠିକ ତଥ୍ୟ ମିଳିପାରିନାହିଁ ।

ସୂଚନା ମୁତାବକ ଏକ ସ୍ପ୍ଲେଣ୍ଡର ମୋଟର ସାଇକେଲରେ ଅମର ଓ ଚନ୍ଦ୍ରକାନ୍ତ ନେହେରୁବଙ୍ଗଳା ଦେଇ ଯାଉଥିବା ବେଳେ ନେହେରୁବଙ୍ଗଳାରୁ ବାଇକରେ ଆସୁଥିବା ପ୍ରୀତିପ୍ରକାଶଙ୍କ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ପ୍ରୀତିପ୍ରକାଶଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ସମସ୍ତଙ୍କୁ ସ୍ଥାନୀୟ ଲୋକେ ଅଠରବାଙ୍କି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ପ୍ରୀତିପ୍ରକାଶ ନନ୍ଦଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ନେହେରୁବଙ୍ଗଳା ମେରାଇନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବାଇକ ଦୁଇଟିକୁ ଜବତ କରିବା ସହିତ ମ୍ୟତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।

You might also like