ରାଜ୍ୟ

ସୁନ୍ଦରଗଡ଼ ଜିଲ୍ଲାର ଦୁର୍ଗମ ଅଂଚଳରୁ ରୋଗୀଙ୍କୁ ଡାକ୍ତରଖାନା ଆଣିବା ପାଇଁ ଚାଲିଲା ବାଇକ୍ ଆମ୍ବୁଲାନ୍ସ ‘ସ୍ୱାସ୍ଥ୍ୟ ରକ୍ଷକ’

ସୁନ୍ଦରଗଡ଼(କେନ୍ୟୁଜ୍‌): ଏଣିକି ସୁନ୍ଦରଗଡ଼ ଜିଲ୍ଲାର ଦୁର୍ଗମ ଅଞ୍ଚଳରୁ ରୋଗୀମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିବା ସୁବିଧା ହେବ। ଏଥିପାଇଁ ବାଇକ୍ ଆମ୍ବୁଲାନ୍ସ ‘ସ୍ୱାସ୍ଥ୍ୟ ରକ୍ଷକ’ ସେବାର ଶୁଭାରମ୍ଭ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ମଙ୍ଗଳବାର ଦିନ ଏହି ଆମ୍ବୁଲାନ୍ସ ସେବାକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ ପତାକା ଦେଖାଇ ଉଦଘାଟନ କରିଛନ୍ତି।

ଜିଲ୍ଲାର କୋଇଡ଼ା, ରାଜଗାଙ୍ଗପୁର ଏବଂ ଗୁରୁଣ୍ଡିଆ ବ୍ଲକର ଦୁର୍ଗମ ଅଞ୍ଚଳର ରୋଗୀମାନେ ଏହି ଆମ୍ବୁଲାନ୍ସ ସେବା ପାଇବେ। ବିଶେଷକରି ଯେଉଁ ଅଞ୍ଚଳକୁ ସାଧାରଣ ଆମ୍ବୁଲାନ୍ସ ଯିବାରେ ସମସ୍ୟା ରହିଥାଏ ସେଠାରେ ପହଞ୍ଚିବ ବାଇକ୍ ଆମ୍ବୁଲାନ୍ସ। ଏଥିପାଇଁ ପ୍ରତି ବ୍ଲକକୁ ୩ଟି କରି ବର୍ତ୍ତମାନ ମୋଟ ୯ଟି ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି। ଏହି ଆମ୍ବୁଲାନ୍ସ ସେବା ପାଇଁ ଓମ୍ବାଡସି ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି।

‘‘ବାଇକ୍ ଆମ୍ବୁଲାନ୍ସ ହେଉଛି ଏକ ଆଧୁନିକ ବ୍ୟବସ୍ଥା। ଜିଲ୍ଲାର ଦୁର୍ଗମ ଅଞ୍ଚଳର ରୋଗୀଙ୍କୁ ଠିକ୍ ସମୟରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିବା ଲାଗି ଏହି ବ୍ୟବସ୍ଥା କରାଯାଇଛି। ପ୍ରଥମ ଦଫାରେ ୩ଟି ବ୍ଲକରେ ଏହା ଆରମ୍ଭ କରାଯାଇଛି। ପରବର୍ତ୍ତୀ ସମୟରେ ଅନ୍ୟ ବ୍ଲକରେ ମଧ୍ୟ ଏହା ଲାଗୁ କରାଯିବ। ବାଇକ୍ ଆମ୍ବୁଲାନ୍ସ ରୋଗୀଙ୍କୁ ଆଣିବା ସହିତ ଖାଲି ସମୟରେ ସ୍ଥାନୀୟ ସ୍ୱାସ୍ଥ୍ୟ ସଚେତନତାର ବାର୍ତ୍ତା ପ୍ରଚାର କରିବାରେ ସହାୟକ ହେବ’’, କହିଛନ୍ତି ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ।

ଜିଲ୍ଲାରେ ପ୍ରଥମ ଥର ପାଇଁ ଏଭଳି ଅଭିନବ ବ୍ୟବସ୍ଥା ଆରମ୍ଭ ହୋଇଛି। ତେଣୁ ଲୋକଙ୍କୁ ଏ ବିଷୟରେ ସଚେତନ କରିବା ପାଇଁ ବାଇକ୍ ଆମ୍ବୁଲାନ୍ସଗୁଡ଼ିକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରୁ ଏକ ଶୋଭାଯାତ୍ରା ଆଜି ବାହାରିଥିଲା।

‘‘ବାଇକ୍ ଆମ୍ବୁଲାନ୍ସ ଆଗାମୀ ଦିନରେ ଜିଲ୍ଲାର ଆମ୍ବୁଲାନ୍ସ ସେବା କ୍ଷେତ୍ରରେ ଏକ ବିଶେଷ ଭୂମିକା ଗ୍ରହଣ କରିବ। ଏହି ସେବା ପାଇଁ ଖୁବଶୀଘ୍ର ଏକ ସ୍ୱତନ୍ତ୍ର ନମ୍ବର ଜାରି କରାଯିବ। ଏହି ନମ୍ବର ଆଶା ଓ ଅଙ୍ଗନବାଡ଼ି କର୍ମୀମାନଙ୍କ ଜରିଆରେ ଲୋକଙ୍କ ପାଖରେ ପହଞ୍ଚିବ। ଏହି ବ୍ୟବସ୍ଥା ଦ୍ୱାରା ଅପହଞ୍ଚ ଇଲାକାର ଲୋକେ ଉପକୃତ ହେବେ’’, କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର।

ଉଦଘାଟନୀ କାର‌୍ୟ୍ୟକ୍ରମରେ ଜିଲ୍ଲାପାଳ ଏବଂ ସିଡିଏମଓଙ୍କ ସହିତ ଏଡିଏମଓ ଡାକ୍ତର ପୂର୍ଣ୍ଣଚନ୍ଦ୍ର ସାହୁ, ଏସଏଲଓ ଡାକ୍ତର ଶକ୍ତି ପ୍ରସାଦ ପାଢ଼ୀ, ଡିପିଏମ୍ ଶ୍ରୀଯୁକ୍ତ ଦୀପକ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

KNews Bureau

Recent Posts

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

10 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

1 hour ago

ଅନ୍ତର୍ଜାତୀୟ ଯୋଗ ଦିବସରେ କାଶ୍ମୀର ମାଟିରୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଶ୍ରୀନଗର: ଆଜି ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ। ପ୍ରତିବର୍ଷ ଜୁନ ୨୧ରେ ପାଳିତ ହେଉଛି ଏହି ଦିବସ ।…

1 hour ago

ଆସନ୍ତାକାଲି ସ୍ନାନପୂର୍ଣ୍ଣିମା: ଭୋର ୪ ଟାରୁ ୬ଟା ମଧ୍ଯରେ ହେବ ମହାପ୍ରଭୁଙ୍କ ପହଣ୍ଡି ବିଜେ

ପୁରୀ (କେନ୍ୟୁଜ):  ଦିନକ ପରେ ମହାପ୍ରଭୁଙ୍କ ପବିତ୍ର ସ୍ନାନପୂର୍ଣ୍ଣିମା । ରତ୍ନବେଦୀ ଛାଡି ସ୍ନାନବେଦୀରେ ୧୦୮ ଗଡୁ ସୁବାସିତ ଜଳରେ…

1 hour ago

କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ: ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର (କେନ୍ୟୁଜ): ଆଜି ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ ।  ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ…

2 hours ago

ଆଜିର ପେଟ୍ରୋଲ ଦର; ଘରୁ ବାହାରିବା ପୂର୍ବରୁ ଯାଞ୍ଚ କରନ୍ତୁ ମୂଲ୍ୟ

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

2 hours ago