କୋରାପୁଟ ଜିଲ୍ଲାର ୮ଟି ବ୍ଲକରେ ଶୁଭାରମ୍ଭ ହେବ ବାଇକ୍‌ ଆମ୍ବୁଲାନ୍ସ ସେବା

କୋରାପୁଟ : କୋରାପୁଟ ଜିଲ୍ଲାର ୮ଟି ବ୍ଲକରେ ଶୁଭାରମ୍ଭ ହେବ ବାଇକ୍‌ ଆମ୍ବୁଲାନ୍ସ ସେବା। ପ୍ରାଥମିକ ପର୍ଯ୍ୟାୟରେ ଦୁର୍ଗମ ବନ୍ଧୁଗାଁ, ଦଶମନ୍ତପୁର, ଲମତାପୁଟ, ବୋରିଗୁମ୍ମା, ବୈପାରୀଗୁଡ଼ା, ସେମିଳିଗୁଡ଼ା, ପଟାଙ୍ଗି ଓ ନନ୍ଦପୁର ବ୍ଲକରେ ଏହି ସେବା ଚାଲିବ। ଏଥିପାଇଁ ଅଭିଜ୍ଞ ଡ୍ରାଇଭରଙ୍କୁ ନିଯୁକ୍ତି ଦିଆଯିବ।

ଯାହାର ପରିଚାଳନା ପ୍ରଶାସନ କରିବ ବୋଲି ଜିଲ୍ଲାପାଳ କହିଛନ୍ତି । ଦୁର୍ଗମ ଇଲାକାରେ ଗର୍ଭବତୀଙ୍କୁ ସୁରକ୍ଷିତ ପ୍ରସବ କରାଇବା ସହ ଜରୁରୀ ପରିସ୍ଥିତିରେ ରୋଗୀଙ୍କୁ ମେଡିକାଲରେ ପହଞ୍ଚାଇବାକୁ ବାଇକ ଆମ୍ବୁଲାନ୍‌ସ ସେବା ଆରମ୍ଭ ହେବ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସମନ୍ଵୟ ବୈଠକରେ ଏନେଇ  ଆଲୋଚନା ହୋଇଛି।