ବାଇକ ଓ ପିକଅପ ମୁହାଁ ମୁହିଁ ଦୁର୍ଘଟଣା, ଜଣେ ମୃତ ଦୁଇ ଜଣ ଗୁରୁତର

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟରୁ ରାଇଘରକୁ ସଂଯୋଗ କରୁଥୁବା ରାସ୍ତାର ବୁର୍ଜା ଛକ ନିକଟରେ  ବାଇକ ଓ ପିକଅପ ଭ୍ୟାନ ମୁହାଁ ମୁହିଁ ଧକ୍କା । ଫଳରେ ଝରୀଗାଁ ବ୍ଲକ ଚିତାବେଡା ପଞ୍ଚାୟତ ସଣ୍ଡସା ଗ୍ରାମର ପର୍ଶୁ ଗୌଡ଼ଙ୍କ ଦୁର୍ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ପିକଅପ ଭ୍ୟାନଟି ପରିବା ନେବା ପାଇଁ ରାଇଘର ଠାରୁ ଉମରକୋଟ ଅଭିମୁଖେ ଆସୁଥିଲା । ଅନ୍ୟପଟେ  ବାଇକ ଚାଳକ ରାଇଘର ଅଭିମୁଖେ ଯାଉଥିଲେ ।  ଦୁର୍ଘଟଣା ପରେ ପିକଅପ ଭ୍ୟାନଟି ରାସ୍ତାରେ ଓଲଟି ପଡିଲା । ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ ମୃତ ବାଇକ ଚାଳକ ପର୍ଶୁ ଗୌଡ଼ଙ୍କ ଗୋଟିଏ ବାମ ଗୋଡ଼ ଓ ବାମ ହାତ ଛିଣ୍ଡି ଯାଇଥିବା ଦେଖିବାକୁ ମିଳିଛି ଏବଂ ଅନ୍ୟ ଦୁଇଜଣ ଗୁରୁତର ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିଚି ହେଉଛନ୍ତି । ପିକ ଅପ ଚାଳକ ଫେରାର ହୋଇଯାଇଛି ।