ପୁରୀ(କେନ୍ୟୁଜ): ବଡଦାଣ୍ଡରେ ଖଣ୍ଡଯୁଦ୍ଧ । ବାହାରୁ ଆସିଥିବା ଭକ୍ତ ଓ ସ୍ଥାନୀୟ ବାସିନ୍ଦା ହେଲେ ମୁହାଁମୁହିଁ। ସାମାନ୍ୟ କଥାକୁ ନେଇ ଯୁକ୍ତିତର୍କ, ତାପରେ ମାରପିଟ୍ । ଶେଷରେ ବଡଦାଣ୍ଡରେ ଜମିଲା ଦେଖଣାହାରୀଙ୍କ ଭିଡ ତାସାଙ୍ଗକୁ ଟ୍ରାଫିକ୍ ଜାମ୍ । ଯାହାଫଳରେ ନାକେଦମ୍ ହେଲା ପୋଲିସ୍ । ପୁରୀ ଟାଉନଥାନା ମରଚିକୋଟ ଛକ ନିକଟରେ ଗତକାଲି ରାତିରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ଭକ୍ତ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ହୋଇଛି ଖଣ୍ଡଯୁଦ୍ଧ।
ସୂଚନା ମୁତାବକ, ଜଣେ ଭକ୍ତ ନିଜ କାର୍ ସାଇଡ କରୁଥିବା ବେଳେ ଜଣେ ଯୁବକଙ୍କ ବାଇକରେ ମାଡ ହୋଇଥିଲା । ଯାହା ଫଳରେ ହଠାତ ଉତକ୍ଷିପ୍ତ ହୋଇ କାରକୁ ଅଟକାଇବାକୁ ଉଦ୍ୟମ କରିଥିଲେ ଯୁବକ ଜଣକ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ପରେ ମାରପିଟର ରୂପ ନେଇଥିଲା । ଏମିତିକି କାରରେ ଥିବା ଦୁଇ ଜଣ ଯୁବତୀ ମଧ୍ୟ ବାଡେଇବାକୁ ପଛାଇ ନଥିଲେ । ତେବେ ଏଭଳି ପରିସ୍ଥିତି ଉପୁଜିଥିଲା ଯେ କେହି କାହାକୁ ଛାଡିବାକୁ ପଛାଇନଥିଲେ । ଯାହା ଫଳରେ ଦୀର୍ଘ ସମୟ ଧରି ବଡଦାଣ୍ଡରେ ଟ୍ରାଫିକ୍ ଜାମ୍ ରହିଥିଲା। ପୋଲିସ୍ ବୁଝାବୁଝି କରୁଥିଲେ ମଧ୍ୟ କେହି ଶୁଣୁନଥିଲେ। ପୋଲିସ ସମ୍ମୁଖରେ ମଧ୍ୟ ମାରପିଟ ହେଉଥିବା ଦେଖାଯାଇଥିଲା।
ତେବେ ଉଭୟ ପକ୍ଷଙ୍କୁ ଟାଉନଥାନାକୁ ଡକାଯାଇ ସମାଧାନ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ କେହି ମାନିବାକୁ ପ୍ରସ୍ତୁତ ନଥିଲେ। ଗତକାଲି ରାତି ୧୧ଟା ୪୫ସୁଦ୍ଧା ସମାଧାନର ବାଟ ନଫିଟିବାରୁ ଉଭୟଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବ ବୋଲି ଥାନାଧିକାରୀ କହିଥିଲେ। ସେପଟେ କାରରେ ଆସିଥିବା ଭକ୍ତମାନେ ନିମାପଡା ବଳଙ୍ଗା ଅଞ୍ଚଳର ହୋଇଥିବା ବେଳେ ବାଇକରେ ଥିବା ଲୋକ ପୁରୀ ଲବଣିଖିଆ ଅଞ୍ଚଳର ବୋଲି ଜଣାପଡିଛି।
ଭୁବନେଶ୍ୱର (କେନ୍ୟୁଜ): ଯୁକ୍ତ ତିନି ନାମ ଲେଖା ପାଇଁ ଜୁନ୍ ପ୍ରଥମ ସପ୍ତାହରୁ କରିପାରିବେ ଆବେଦନ । ଅନଲାଇନ୍ ଜରିଆରେ…
ପତ୍ନୀ ହୋଇ ରହିଲେ ମାସକୁ ୫ ହଜାର ଟଙ୍କା ଦେବି । ଶଶୁରଙ୍କ ଏଭଳି କଥାରେ ଥାନାରେ ପହଞ୍ଚିଛି ବୋହୂ…
ରାଜସ୍ଥାନ ଜୟପୁରସ୍ଥିତ ଏସଏମଏସ ସରକାରୀ ଡାକ୍ତରଖାନାର ଡାକ୍ତରମାନେ ଲେପ୍ରୋସ୍କୋପି ସାହାଯ୍ୟରେ ଜଣେ ଯୁବକଙ୍କର ଅପରେସନ୍ କରିଛନ୍ତି ଏବଂ ଯୁବକଙ୍କ ପେଟରୁ…
ମୋହନା(କେନ୍ୟୁଜ) : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଥିବାବେଳେ ଗଜପତି ଜିଲ୍ଲାରେ ମଧ୍ୟ ଅସହ୍ୟ ଗରମ ଅନୁଭୂତ ହେଉଛି…
ଭୁବନେଶ୍ୱର (କେନ୍ୟୁଜ): ବିଜେପି ଉପରେ ପୁଣି ବର୍ଷିଲେ କାର୍ତ୍ତିକ ପାଣ୍ଡିଆନ୍ । କେନ୍ଦ୍ରରେ ଦଶ ବର୍ଷ କ୍ଷମତାରେ ରହିବା ସତ୍ତ୍ବେ…
ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ବ୍ୟାଙ୍କରେ ବିଭିନ୍ନ ପଦବୀ…