ଚଳନ୍ତା ବାଇକରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ଚାଳକ

ବାରିପଦା(କେନ୍ୟୁଜ): ରାସ୍ତାରେ ଜଳିଗଲା ବାଇକ । ମୟୂରଭଞ୍ଜ ମୋରଡା ବ୍ଲକର ସାପ୍ଲାଇ ଛକ ନିକଟରେ ଚଳନ୍ତା ବାଇକରେ ଲାଗିଗଲା ନିଆଁ । ଆନନ୍ଦପୁର ଅଞ୍ଚଳର ଅଜୟ ଚିତ୍ରଡା ବଜାରକୁ ଯାଉଥିବା ସମୟରେ ହଠାତ ଇଂଜିନରୁ ନିଆଁ ବାହାରିଥିଲା ।

ଦୁର୍ଘଟଣାରୁ ସେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ଗାଡିଟି ସମ୍ପୂର୍ଣ୍ଣ ରୂପେ ଜଳିଯାଇଛି । କିଛି ସମୟ ପାଇଁ ଯାତାୟତ ପ୍ରଭାବିତ ହୋଇଥିଲା ।

Leave A Reply

Your email address will not be published.