ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା ପୂର୍ତ୍ତ  ରାସ୍ତାରେ ଯାଉଥିବାବେଳେ ବାଇକରୁ ଧୂଆଁ ବାହାରିବାରୁ ବାଇକ ଆରୋହୀ ବାଇକ  ଛାଡି ଦୌଡ଼ି ପଳେଇଥିଲେ | ପରେ ପରେ ବାଇକଟି ଜଳିବାକୁ ଲାଗିଥିଲା | ଗ୍ରାମବାସୀଙ୍କ ଠାରୁ ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଂଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ବାଇକଟି ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଛି | ତେବେ ବାଇକ ମାଲିକର କୌଣସି ପତ୍ତା ମିଳିପାରିନାହିଁ |

 

You might also like