କାର ସହିତ ଧକ୍କା ହେଲା ବାଇକ: ଚାଳକ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

କରଞ୍ଜିଆ (କେନ୍ୟୁଜ): ମୟୂରଭଞ୍ଜ ଜିଲ୍ଲା ନଂ ୫୩ ରାଜ୍ୟ ରାଜପଥ ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ଦରଦରା ଛକ ନିକଟରେ ଏକ କାର ସହିତ ବାଇକ ର ଧକ୍କା ହେବାରୁ ବାଇକ ଚାଳକ ଗୁରୁତର ହୋଇଛନ୍ତି।ଗୁରୁତର ଜଣକ ହାଣ୍ଡିଫୁଟା ଗ୍ରାମର ଜୋଡମ୍ବ ଗ୍ରାମର ଭୁବନାନନ୍ଦ ମହାନ୍ତ (୩୦ ) ବୋଲି ଜଣାପଡିଛି।ଗୁରୁତରଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଘଟଣାସ୍ଥଳ ରୁ ଉଦ୍ଧାର କରି ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି। କାର ଟି ଆନନ୍ଦପୁର ରୁ ଠାକୁରମୁଣ୍ଡା ପଟକୁ ଆସୁଥିବା ବେଳେ ବିପରିତ ଦିଗରୁ ଜୋଡମ୍ବ ଗ୍ରାମରୁ ଭୁବନାନନ୍ଦ ଯାଉଥିବା ବେଳେ କାରଟି ଦୁର୍ଘଟଣା ଘଟାଇ ରାସ୍ତା କଡ ଗଛରେ ଯାଇ ଧକ୍କା ହୋଈ ଯାଇଥିଲା। ଦୁର୍ଘଟଣା ପରେ କାର ଚାଳକ ଠାକୁରମୁଣ୍ଡା ଥାନାରେ ପହଞ୍ଚି ଥିବା ବେଳେ ପୋଲିସ ବାଇକ ଓ କାରକୁ ଜବତ କରି ଅଧିକତଦନ୍ତ କରୁଛି ଠାକୁରମୁଣ୍ଡା ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.