ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଲିଗଲା ବାଇକ ଆରୋହୀଙ୍କ ଜୀବନ

ମାଲକାନଗିର (କେନ୍ୟୁଜ): ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ମାଲକାନଗିରି ଜିଲ୍ଲା ଏମଭି ୧୬ ଗାଁ ନିକଟରେ ପିକଅପ ଭ୍ୟାନ ସହ ବାଇକ ଧକ୍କା। ଏହି ଘଟଣାରେ ବାଇକ ଆରୋହୀର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଏମଭି ୧ ଗାଁର ଅଜିତ ଢ଼ାଲି ବୋଲି ଜଣା ପଡିଛି। ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ମୃତ ପରିବାର କୁ କ୍ଷତିପୂରଣ ପାଇଁ ରାସ୍ତା ଅବରୋଧ କରି ଉତେଜନା ଦେଖାଦେଇଛି। ପିକଅପଟି ମାଲକାନଗିରିରୁ କାଲିମେଳା ଯିବାବେଳେ ବାଇକ ଅରୋହି ସାପ୍ତାହିକ ହାଟ ସାରି ଘରକୁ ଯିବାବେଳେ ଉଭୟ ଧକ୍କା ହୋଇଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଅଧିକ ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.