ପୋଲ ଉପରୁ ଖସିଲା ବାଇକ୍, ଜଣେ ମୃତ; ଜଣେ ଗୁରୁତର

ସାଲେପୁର (କେନ୍ୟୁଜ): ପୋଲ ଉପରୁ ଖସିଲା ବାଇକ୍ । ଜଣେ ମୃତ, ଜଣେ ଗୁରୁତର । ମାହାଙ୍ଗା ବରଦିଆ ନିକଟ ସାଲେପୁର ଥାନା ମିର୍ଜାପୁର ନାଳି ପୋଲ ଉପରେ ଦୁର୍ଘଟଣା । ମୃତକ ମାହାଙ୍ଗା ଥାନା ନୃତାଙ୍ଗ ଗାଁର ଦାମୋଦର ଦାସ ।
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ନୃତାଙ୍ଗ ଗାଁର ଦାମୋଦର ଦାସ ଓ ପ୍ରଦୀପ୍ତ ସାମଲ ନେମାଳ ପୀଠରେ ଦେବସ୍ନାନ ପୂର୍ଣ୍ଣିମା ଦେଖି ଫେରୁଥିବା ବେଳେ ନାଳୀ ପୋଲରୁ ତଳକୁ ଖସି ପଡିଥିଲେ । ସକାଳୁ ମାହାଙ୍ଗା ବରଦିଆ ଗାଁ ଲୋକେ ଦେଖିବା ପରେ ସେମାନଙ୍କୁ ଉଦ୍ଧାର କରି ସାଲେପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ସେଠାରେ ଦାମୋଦରଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ଗୁରୁତର ଅବସ୍ଥାରେ ପ୍ରଦୀପ୍ତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଖବର ପାଇ ସାଲେପୁର ପୋଲିସ ପହଞ୍ଚି ତଦନ୍ତ କରୁଛି । ପୋଲରେ ସୁରକ୍ଷା ବାଡ ନଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
ଅନ୍ୟପଟେ ଆଜି ଜଳେଶ୍ବର ରୂପ୍ସା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ମିରିଗିମୁଣ୍ଡି ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର । ବସ୍ତାରୁ ରୋଗୀଙ୍କୁ ନେଇ ବାଲେଶ୍ୱର ଆସିବା ବେଳେ ଏହି ଦୁର୍ଘଟଣା ଘଟିଛି ।