ନଦୀକୁ ଖସିପଡ଼ିଲା ବାଇକ, ଜଣେ ମୃତ, ଦୁଇ ଗୁରୁତର
![ps-](https://knewsodisha.com/wp-content/uploads/2024/12/ps-.jpg)
ରାଇକିଆ : ନଦୀକୁ ଖସିପଡ଼ିଲା ବାଇକ। ଜଣେ ମୃତ, ଦୁଇ ଗୁରୁତର। କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ ଥାନା ଗଣ୍ଡିସି ନଦୀରେ ଅଘଟଣ। ବାଇକରେ ତିନିଜଣ ମାଧିକିଆ ଗାଁକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ନଦୀକୁ ଖସି ପଡ଼ିଥିଲା। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଗୁରୁତରଙ୍କୁ ରାଇକିଆ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି। ପୋଲିସ ଦୁର୍ଘଟଣାର ତଦନ୍ତ ଚଳାଇଛି।