ବାଇକ୍‌କୁ ଧକ୍କା ଦେଲା ଗୋରୁ ବୋଝେଇ ଗାଡି: ବାପା ମୃତ, ମାଆ ଓ ପୁଅ ଗୁରୁତର

ବାଲେଶ୍ୱର(କେନ୍ୟୁଜ୍): ବାଇକ୍‌କୁ ଧକ୍କା ଦେଲା ଗୋରୁ ବୋଝେଇ ଗାଡି । ବାପା ମୃତ, ମାଆ ଓ ପୁଅ ଗୁରୁତର । ବାଲେଶ୍ୱର ଜିଲ୍ଲା ବସ୍ତା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ହେଲେ ଉପେନ୍ଦ୍ର ଜେନା । ଉପେନ୍ଦ୍ର ବାଇକରେ ସ୍ତ୍ରୀ ଓ ପୁଅକୁ ନେଇ ମେଡିକାଲ ଯାଉଥିଲେ । ବସ୍ତା ଛକ ନିକଟରେ ବାଇକ୍‌କୁ ଧକ୍କା ଦେଇଥିଲା ଗୋରୁ ବୋଝେଇ ଗାଡି।

ଘଟଣାସ୍ଥଳରେ ଉପେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀ ଓ ପୁଅ ଗୁରୁତର ଅବସ୍ଥାରେ ବାଳେଶ୍ୱର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଦୁର୍ଘଟଣା ଘଟାଇଥିବା ଗାଡି ଫେରାର ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.