ଗାଡ଼ି ଚୋରି ର‍୍ୟାକେଟ୍‌ର ପର୍ଦ୍ଦାଫାସ, ୪ ଗିରଫ, ୧୨ ବାଇକ୍‌ ଜବତ

ଏକ ଗାଡ଼ି ଚୋରି ର‍୍ୟାକେଟର ପର୍ଦ୍ଦା ଫାସ୍‌ କରିଛି ମାଲଗୋଦାମ ଥାନା ପୋଲିସ । ସିସି ଟିଭି ଫୁଟେଜରୁ ଚୋର ର‍୍ୟାକେଟକୁ ଧରିବାରେ ସଫଳ ହୋଇଛି ପୋଲିସ । ଏହି ଚୋର ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରାଯିବା ସହ ୧୨ ଟି ବାଇକ୍‌ ଓ ୧ କାରକୁ ଜବତ କରିଛି ପୋଲିସ ।

କଟକ(କେନ୍ୟୁଜ୍‌) : ଏକ ଗାଡ଼ି ଚୋରି ର‍୍ୟାକେଟର ପର୍ଦ୍ଦା ଫାସ୍‌ କରିଛି ମାଲଗୋଦାମ ଥାନା ପୋଲିସ । ସିସି ଟିଭି ଫୁଟେଜରୁ ଚୋର ର‍୍ୟାକେଟକୁ ଧରିବାରେ ସଫଳ ହୋଇଛି ପୋଲିସ । ଏହି ଚୋର ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରାଯିବା ସହ ୧୨ ଟି ବାଇକ୍‌ ଓ ୧ କାରକୁ ଜବତ କରିଛି ପୋଲିସ ।

ଅଭିଯୁକ୍ତମାନେ ହେଲେ ମହମ୍ମଦ ମାରଗ, ପ୍ରମୋଦ କୁମାର ବେହେରା, ଚନ୍ଦ୍ରମଣି ବେହେରା ଓ ଜଗନ୍ନାଥ ବେହେରା। ଅଭିଯୁକ୍ତମାନେ କଟକ ଓ ଏହାର ଆଖପାଖ ଅଂଚଳରୁ ଗାଡି ଚୋରି କରୁଥିଲେ ବୋଲି ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।