ବାଇକ୍ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭ ବାଇକ୍ ଜବତ

ନୂଆପଡା : ନୂଆପଡା ଜିଲ୍ଲା ପୋଲିସ ଆନ୍ତଃରାଜ୍ୟ ବାଇକ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି l ସେମାନଙ୍କ ଠାରୁ ପୋଲିସ ଚୋରି ହୋଇଥିବା ବିଭିନ୍ନ କମ୍ପାନୀର ୧୭ ଗୋଟି ଦାମୀ ବାଇକ ଉଦ୍ଧାର କରିଛି l ଗିରଫ ୩ଜଣ ବାଇକ ଲୁଟେରା ହେଲେ ନୂଆପଡା ଜିଲ୍ଲା ସିନାପାଲି ଅଞ୍ଚଳର ବାସୁଦେବ ନାଏକ, ପର୍ଶୁରାମ ମାଝୀ ଓ ବନମାଳୀ କୋଲଥିଆ l ଏହି ବାଇକ ଲୁଟେରା ମାନେ ଓଡ଼ିଶା ଓ ଛତିଶଗଡ଼ ଅଂଚଳର ବିଭିନ୍ନ ମୋଟର ସାଇକେଲ ପାର୍କିଂ ଜାଗାମାନଙ୍କ ଠାରୁ ବାଇକଗୁଡ଼ିକୁ ଚୋରିକରି ନେବା ସଫଳ ହୋଇଥିଲେ l

ଗତ ମାର୍ଚ୍ଚ ୨୪ ତାରିଖରେ ନୂଆପଡା ଥାନା ଅନ୍ତର୍ଗତ ହଳଦୀ ଗାଁର ଗୋବିନ୍ଦ ପାଣ୍ଡେ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିବା ବେଳେ ତାଙ୍କ ମୋଟର ସାଇକେଲ ଚୋରି ହୋଇଯାଇଥିଲା l ପରେ ଏନେଇ ଗୋବିନ୍ଦ ପାଣ୍ଡେ ନୂଆପଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ l ନୂଆପଡା ଏସପିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସର ସ୍ଵତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହ ଘଟଣାର ତନାଘନା ଆରମ୍ଭ କରିଥିଲା l ନୂଆପଡା ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l