ଗୋପ ପୋଲିସ୍ ହାତରେ ବାଇକ୍‌ ଲୁଟେରା ଗ୍ୟାଙ୍ଗ: ୪ଗିରଫ, ୮ରୁ ଉର୍ଦ୍ଧ୍ୱ ଗାଡି ଜବତ

ଗୋପ(କେନ୍ଯୁଜ୍): ଗୋପ ପୋଲିସର ବଡ଼ ସଫଳତା । ଚାରିଜଣ ବାଇକ ଚୋର ଗ୍ଯାଙ୍ଗକୁ ଗିରଫ କରି କୋର୍ଟ ଚାଲଣ କରିଛି। ସୂଚନା ଅନୁସାରେ ଗୋପ, ନିମାପଡା, କୋଣାର୍କ ଓ ବାଲିପାଟଣା ଅଞ୍ଚଳରୁ ଦୀର୍ଘ ଦିନହେବ ଲଗାତାର ଭାବେ ବାଇକ ଚୋରି ହେଉଥିବାରୁ, ଏହା ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା । ଗତ ୨୫ତାରିଖରେ ନିମାପଡା ଥାନା ଅଧୀନ ବରଡ଼ିଖୋଲ ଅଂଚଳର ଶଶୀଭୁଷଣ ଦାସ ଗୋପ ଥାନା ଅଧିନସ୍ତ ନାଗପୁର ବଜାରରୁ ଏକ ବାଇକ ଚୋରୀ କରୁଥିବା ସମୟରେ ଲୋକଙ୍କ ହାବୁଡେ ପଡି ନିସ୍ତୁକ ଛେଚା ଖାଇଥିଲା। ପରେ ଗୋପ ପୋଲିସ ପହଞ୍ଚି ଶଶୀଭୁଷଣ ସହିତ ଦୁଇ ସହଯୋଗୀ ଙ୍କୁ ଗିରଫ କରିଥିଲା।

ଏହି ବାଇକ ଚୋରୀ ଘଟଣାରେ ପୋଲିସ ତଦନ୍ତ କରି ଗୋପ, ନିମାପଡା, ନିଆଳି, ଏବଂ କୋଣାର୍କ ଅଂଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆଠ ଗୋଟି ବାଇକ ସହ ବିଭିନ୍ନ ଯନ୍ତ୍ରାଶଂ ମାନ ଜବତ କରି ଜଣେ ଗ୍ୟାରେଜ ମାଲିକକୁ ମଧ୍ଯ ଗିରଫ କରିଥିଲା। ବାଇକ ଚୋରୀର ମାଷ୍ଟର ମାଇଣ୍ଡ ଶଶୀଭୁଷଣ ସମେତ ନିମାପଡା ଅଞ୍ଚଳର ମନୋଜ ରାଉତ, ବିଭୂପ୍ରସାଦ ଦାସ ଏବଂ ବାଲିପାଟଣା ଅଂଚଳର ପ୍ରଦୀପ ଭୋଇ ଙ୍କୁ ଗୋପ ପୋଲିସ କୋର୍ଟ ଚାଲଣ କରିଥିବା ନେଇ ଏକ ମାମ୍ବାଦିକ ସମ୍ମିଳନୀରେ ଗୋପ iic ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.