ବାଇକ-ପିକଅପ ମୁହାମୁହିଁ ଧକ୍କା, ଜଣେ ମୃତ

କଣ୍ଟାବାଞ୍ଝି : ହୋଲି ହେଲା କାଳ । ବାଇକ – ପିକଅପ ମୁହାମୁହିଁ ଧକ୍କାରେ ଜଣେ ମୃତ। ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା -କଣ୍ଟାବାଞ୍ଜି ୪୨ ନମ୍ବର ରାଜ୍ୟ ରାଜପଥ ବଙ୍ଗୋମୁଣ୍ଡାର ନୂତନ ପେଟ୍ରୋଲ ପମ୍ପ ନିକଟ ବୁଲାଣିରେ ଦୁର୍ଘଟଣା ଘଟିଛି । ବାଇକ -ପିକଅପ ମୁହାମୁହିଁ ଧକ୍କା ହେବା ଫଳରେ ଜଣେ ବାଇକ ଆରୋହୀଙ୍କ ମୃତ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ଦନ୍ଦରା ଗାଁର ବିଜୟ ଠେଲା । ମୃତକ ଜଣକ ବଙ୍ଗୋମୁଣ୍ଡାରେ ରଙ୍ଗ ଖେଳି ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ବଙ୍ଗୋମୁଣ୍ଡା ପୋଲିସ ପହଁଚି କରୁଛି ଅଧିକ ତଦନ୍ତ ଆରମ୍ଭ କରିଛି ।