ଧରାପଡ଼ିଲା ବାଇକ ଚୋରି ର‍୍ୟାକେଟ

କଳାହାଣ୍ଡି (କେନ୍ୟୁଜ୍) : କଳାହାଣ୍ଡି ଜିଲ୍ଲାରେ ଏକ ବାଇକ ଚୋରି ର‍୍ୟାକେଟକୁ ଠାବ କରିଛି ଲାଞ୍ଜିଗଢ ପୋଲିସ୍ । ଜିଲ୍ଲାର ଚନ୍ଦନପୁର ଓ ଲାଞ୍ଜିଗଡ ଅଞ୍ଚଳରୁ ଅନେକ ସମୟରେ ବାଇକ ଚୋରି ହେଉଥିବାର ଅଭିଯୋଗ ହେଉଥିଲା । ଅଭିଯୋଗକୁ ଭିତ୍ତି କରି ପୋଲିସ୍ ତଦନ୍ତ ଜାରୀ ରଖିଥିବା ବେଳେ ଏହି ର‍୍ୟାକେଟକୁ ଠାବ କରିବାରେ ସଫଳ ହୋଇଛି । ଏମାନଙ୍କ ଠାରୁ ୮ଟି ବାଇକ ଜବତ ହୋଇଛି ।