ଓଡିଶା ଫେରିଲେ ବାଇକ ରାନୀ ଅମିତା ସିଂ: ଭୁବନେଶ୍ୱର ବିମାନବନ୍ଦରରେ କରାଗଲା ସ୍ୱାଗତ

ଭୁବନେଶ୍ବର(କେନ୍ୟୁଜ୍): ଓଡିଶା ଫେରିଲେ ଓଡ଼ିଆ ବୋହୁ । ବାଇକ ରାନୀ ତଥା ସମାଜସେବୀ ଅମିତା ସିଂ ଓଡିଶା ଫେରିଛନ୍ତି । ଓଡ଼ିଶାରେ ପହଞ୍ଚିବା ପରେ ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରାଯାଇଥିଲା । ଗତ ସେପ୍ଟେମ୍ବର ୬ରୁ ଓଡିଶାରୁ ବାହାରିଥିଲେ ଅମିତା । ପରେ ଦିଲ୍ଲୀରୁ ୯ ତାରିଖରେ ଫ୍ରିଡମ ମୋଟୋ ରାଇଡ ପକ୍ଷରୁ ଆୟୋଜିତ ମୋଟୋ ରାଇଡ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଓଡିଶାରୁ ଜଣେ ମହିଳା ବାଇକ ରାଇଡ଼ର ଭାବେ ପ୍ରତିନିଧିତ୍ୱ କରିଥିଲେ ଅମିତା । .ଏହି କାର୍ଯ୍ୟକ୍ରମରେ ସାରା ଦେଶରୁ ୭୫ ବାଇକ ରାଇଡ଼ର ଯୋଗ ଦେଇ ୭୫ ଟି ଐତିହ୍ୟ ସ୍ଥଳ ଓ ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କରିଛନ୍ତି । ଚଳିତ ବର୍ଷ ଏହି କ୍ୟାମ୍ପେନର ଥିମ ଥିଲା ” ଗୋ ମୋଟିଭେଟ ଦି ପିପୁଲ ଫର ଫିଟନେସ ଏବଂ ଅନେକତାରେ ଏକତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.