ଆମ୍ବୁଲାନ୍ସ ଧକ୍କାରେ ବାଇକ୍ ଚାଳକ ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକ

ସମ୍ବଲପୁର : ବାଇକ ଆରୋହୀଙ୍କ ଉପରେ ମାଡିଗଲା ଆମ୍ବୁଲାନ୍ସ । ବାଇକ ଆରୋହୀ ମୃତ। ବଲାଙ୍ଗିର ସମ୍ବଲପୁର ରାସ୍ତା ଫାସଡ ଛକରେ ଦୁର୍ଘଟଣା । ମୃତକ ହେଲେ ଲୋଇସିଂହାର ହେମନ୍ତ ପ୍ରଧାନ । ହେମନ୍ତ ତାଙ୍କ ବାଇକରେ ଘରକୁ ଯାଉଥିବା ବେଳେ ଅସାବଧାନତାରୁ ରାସ୍ତାରେ ଖସିପଡ଼ିଥିଲେ ।  ପଛରୁ ଆସୁଥିବା ଏକ ଆମ୍ବୁଲାନ୍ସ ତାଙ୍କୁ ଧକ୍କା ଦେଇଥିଲା ।

ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକାମାନେ ରାସ୍ତାରୋକ କରିଛନ୍ତି ।  ଆମ୍ବୁଲାନ୍ସଟି ରୋଗୀ ଛାଡି ଫେରିବା ବେଳେ ଏଭଳି ଅଘଟଣ ଘଟିଛି। ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରୁ ଆମ୍ବୁଲାନ୍ସ ଡ୍ରାଇଭର ଜଣକ ଫେରାର ହୋଇଯାଇଛି । ପରେ ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି ।

You might also like