ବିଳମ୍ବିତ ରାତିରେ ବାଇକ୍‌କୁ ଧକ୍କା ଦେଲା ବୋଲେରୋ, ଆରୋହୀ ମୃତ

ସମ୍ବଲପୁର (କେନ୍ୟୁଜ): ବିଳମ୍ବିତ ରାତିରେ ସମ୍ବଲପୁର ଧନୁପାଲି ମହାବୀରପଡା ନିକଟରେ ଘଟିଛି ସଡକ ଦୁର୍ଘଟଣା। ବୋଲେରୋ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ଭତରା ଅଞ୍ଚଳର ରଞ୍ଜିତ ମହାପାତ୍ର ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ମୃତକ ରଞ୍ଜିତ ବାଇକ୍‌ ଯୋଗେ ନିଜ ଘରକୁ ଫେରୁଥିଲେ । ଏହି ସମୟରେ ବୋଲେରୋଟି ଭୁବନେଶ୍ୱରୁ ସମ୍ବଲପୁର ଆସୁଥିଲା । ଏହି ସମୟରେ ଧନୁପାଲି ମହାବୀରପଡ଼ା ନିକଟରେ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା ବୋଲେରୋ । ଯାହାଫଳରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ତେବେ ଦୁର୍ଘଟଣା ଘଟାଇଥିବା ବୋଲୋରୋଟି ଆରଡିସିଙ୍କ ସେକ୍ରେଟାରୀଙ୍କର ବୋଲି ଜଣାପଡିଛି ।

Leave A Reply

Your email address will not be published.