ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ

ଆସିକା:  ଆସିକା କୋଟିନଡ଼ା ଥାନା କଲେଜ୍ ଛକ ଡିପ୍ଲଲ ସ୍କୁଲ ନିକଟରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା  l ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ  l ମୃତକ ବାଇକ ଆରୋହୀ ଜଣଙ୍କ ହେଲେ କେ. ନଚ୍ଛମନ ପଲ୍ଲୀର  ପ୍ରଶାନ୍ତ କୁମାର ସ୍ବାଇଁ(୨୩)  l ସେ ବ୍ରହ୍ମପୁରରୁ ବାଇକ ଯୋଗେ ଘରକକୁ ଫେରୁଥିଲା ବେଳେ ଡିପ୍ଲଲ ସ୍କୁଲ ନିକଟରେ ଥିବା ରୋଡ ସେପ୍ଟି ବ୍ୟାରିକେଟକୁ ଧକା ଦେଇ  ରୋଡ ଉପରେ ପଡ଼ିଯାଇଥିଲେ l ସେ ସମୟରେ ଖଡକପୁରରୁ ଆସିକା ଅଭିମୁଖେ ଆସୁଥିବା ଗୋଟେ ଟ୍ରକ ତାଙ୍କ ଉପରେ ମାଡି ଯାଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିଲା  l ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର  ହୋଇଯାଇଛି ।  ଖବର ପାଇ କୋଟିନଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି l