ଢେଙ୍କାନାଳ: ବଜାରରୁ ଘରକୁ ଫେରିବା ବେଳେ ବାଇକକୁ ଧକ୍କାଦେଲା ଟ୍ରକ, ବାଇକ ଚାଳକ ଗୁରୁତର

କାମାକ୍ଷାନଗର(କେନ୍ୟୁଜ୍):  ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଶାମଳ ଛକ ନିକଟରେ ବାଇକକୁ ଧକ୍କାଦେଲା ଟ୍ରକ। ଦୁର୍ଘଟଣାରେ ବାଇକ ଚାଳକ ଗୁରୁତର। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଭୁବନ ମେଡିକାଲରେ ଭର୍ତି କରାଯାଇଥିଲା। ପରେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ବାଇକ ଚାଳକଙ୍କ ଘର ଭୁବନ ଥାନା ଅଞ୍ଚଳରେ। ସେ ବଜାରରୁ ଘରକୁ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା।