ଖୋର୍ଦ୍ଧା: ହୁ ହୁ ହୋଇ ଜଳିଗଲା ବାଇକ ସୋ ରୁମ୍‌ ୱାର୍କସପ୍‌, ଅଳ୍ପକେ ବର୍ତ୍ତିଲା ସମସ୍ତ ଗାଡି

ଖୋର୍ଦ୍ଧା: ହୁ ହୁ ହୋଇ ଜଳିଗଲା ବାଇକ ସୋ ରୁମ୍‌ ୱାର୍କସପ୍‌। ଖୋର୍ଦ୍ଧା ଜିଲ୍ଲା କୋର୍ଟ ସାମ୍ନାରେ ଥିବା ହିରୋ ସୋ ରୁମ୍‌ର ଓ୍ଵାର୍କ ସପ୍‌ରେ କୌଣସି କାରଣରୁ ନିଆଁ ଲାଗିଥିଲା ।

ଖବର ପାଇ ଖୋର୍ଦ୍ଧା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ଅଗ୍ନିକାଣ୍ଡରେ ସୋ ରୁମ୍‌ରେ ଥିବା ଅନେକ ଅବ୍ୟବହୃତ ସାମଗ୍ରୀ ନଷ୍ଟ ହୋଇଛି । ତେବେ ସୋରୁମ୍‌ରେ ଥିବା ସମସ୍ତ ଗାଡି ସୁରକ୍ଷିତ ରହିଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.