ମାତିଛନ୍ତି ବାଇକ୍‌ ଲୁଟେରା, ଦିନ ଦ୍ବିପ୍ରହରରେ ବେଶ ବଦଳାଇ କରୁଛନ୍ତି ଲୁଟ

ଭଞ୍ଜନଗର (କେନ୍ୟୁଜ): ମାତିଛନ୍ତି ବାଇକ୍ ଲୁଟେରା । ମେଡିକାଲ୍ କାର୍ଯ୍ୟରେ ହେଉ, କିମ୍ବା ମେଡିକାଲ ରେ ଥିବା ରୋଗୀଙ୍କ ସଂପର୍କୀୟଙ୍କ ବାଇକ୍ କୁ ଅତି ଚତୁର ଢଙ୍ଗରେ ଦିନ ଦି’ପ୍ରହରରେ ଲୁଟ୍ କରିବାରେ ସଫଳ ହେଉଛନ୍ତି ଲୁଟେରା ଗୋଷ୍ଠୀ । ତାହା ପୁଣି ସିକ୍ୟୁରିଟି ଗାର୍ଡଙ୍କ ଆଗରେ ଧୂଳିଦେଇ । ଏ ହେଉଛି ଗଂଜାମ ଜିଲ୍ଲା ଭଞ୍ଜନଗର ସହରରେ ଥିବା ଉପଖଣ୍ଡ ମେଡିକାଲ୍ ର ଦୃଶ୍ୟ । ମେଡିକାଲ୍ କୁ ଆସି ସ୍ଥିତି ଅନୁଧ୍ୟାନ କରିବାପରେମେଡିକାଲ ପରିସରର ଥିବା ବାଇକ୍ ଷ୍ଟାଣ୍ଡରେ ନିଜେ ବାଇକ୍ ରଖିବା ଏବଂ ବାଇକ୍ ନେଲା ଭଳି ଅଭିନୟ କରି ଗୋଟିଏ ପରେ ଗୋଟିଏ ବାଇକ୍ ନେବାରେ ସଫଳ ହେଉଛନ୍ତି ।

ଖୋଦ୍ ଭଞ୍ଜନଗର ମେଡିକାଲର ଜଣେ କର୍ମଚାରୀଙ୍କ ବାଇକ୍ ଲୁଟ୍ ହେବାପରେ ମେଡିକାଲର ସିସିଟିଭି ଫୁଟେଜରୁ ଏଦୃଶ୍ୟ ଜଣାପଡିଛି । ଏନେଇ ଭଞ୍ଜନଗର ଥାନାରେ ମଧ୍ୟ , ଲିଖିତ ଅଭିଯୋଗ ହୋଇଛି । ମୁଖ୍ୟତଃ ସିସିଟିଭି ଫୁଟେଜରୁ ଜଣା ପଡ଼ିଥିବା “ନାଲି ରଙ୍ଗର” ସାର୍ଟ ପିନ୍ଧିଥିବା ଜଣେ ଲୁଟେରା ସମସ୍ତ ବାଇକ୍ ଲୁଟ୍ ଘଟଣାର ମାଷ୍ଟର ମାଇଣ୍ଡ ବୋଲି ଜଣାପଡିଛି । ଏ ନେଇ ସଂପୃକ୍ତ “ନାଲି ରଙ୍ଗର” ସାର୍ଟ ପିନ୍ଧା ଯୁବକକୁ ଏବେ ପୋଲିସ ଖୋଜୁଛି । ୟା ଭିତରେ ସଂପୃକ୍ତ ଲୁଟେରା ଦିନକୁ ଦିନ ବେଶ ବଦଳାଇ ବାଇକ୍ ଲୁଟିବାରେ ଲାଗିଛି । ଏହି ଲୁଟ୍ ରେ ଏକାଧିକ ଲୁଟେରା ରହିଥିବା ପୋଲିସ ଅନୁମାନ କରୁଛି । ଏବଂ ଏକ ଲୁଟେରା ଗ୍ୟାଙ୍ଗ ମଧ୍ୟ ସକ୍ରିୟ ହୋଇ ଉଠିଛନ୍ତି । ଯାହା ଫଳରେ ଭଞ୍ଜନଗର ମେଡିକାଲକୁ ବାଇକ୍ ଧରି ଆସୁଥିବା ଲୋକେଭଞ୍ଜନଗର ନିଜ ବାଇକ୍ ର ସୁରକ୍ଷା ନେଇ ଚିନ୍ତାରେ ପଡ଼ିଛନ୍ତି ।

Leave A Reply

Your email address will not be published.