ସିସିଟିଭିରେ କଏଦ ହେଲା ଗାଡି ଚୋରି ଦୃଶ୍ୟ, ଦିନ ଦ୍ୱିପ୍ରହରେ ରାଜଧାନୀରୁ ଚୋରି କଲେ ବାଇକ୍

ଭୁବନେଶ୍ୱର(କେନ୍ୟୁଜ୍): ସିସିଟିଭିରେ କଏଦ ହେଲା ଗାଡି ଚୋରି ଦୃଶ୍ୟ । ଦିନ ଦ୍ୱିପ୍ରହରେ ରାଜଧାନୀରୁ ଚୋରି କଲେ ବାଇକ । ପଳାଶୁଣିରୁ ଏହି ଚୋରି ହୋଇଥିବା ନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହୋଇଛି । ପଳାଶୁଣି ଗାଁର ରାଜେନ୍ଦ୍ର କୁମାର ଜେନା ଏନେଇ ଏତଲା ଦେଇଛନ୍ତି ।

ଆଖିରେ ଧୂଳି ଦେଇ ନାଲି ରଙ୍ଗର ଗ୍ଲାମର ଗାଡିକୁ କିଭଳି ଚୋରି କଲେ, ସମସ୍ତ ଦୃଶ୍ୟ କଏଦ ହୋଇଛି ପାଖରେ ଲାଗିଥିବା ଏକ ସିସିଟିଭିରେ । ପୋଲିସ ଏ ସମ୍ପର୍କରେ ଛାନଭିନ ଆରମ୍ଭ କରିଛି। ୨ ଜଣ ଚୋର ଚୋରି କରୁଥିବା ସ୍ପଷ୍ଟ ଭାବେ ଜଣାପଡିଛି ।

Leave A Reply

Your email address will not be published.