ସ୍ପେଶାଲ ସ୍କ୍ବାଡ ସହାୟତରେ ବାଇକ ଲୁଟେରା ଗ୍ୟାଙ୍ଗ ଠାବ, ୪ ଗିରଫ ସହ ୧୩ ଗାଡି ଜବତ

ସ୍ପେଶାଲ ସ୍କ୍ବାଡ ସହାୟତରେ ବାଇକ ଲୁଟେରା ଗ୍ୟାଙ୍ଗକୁ ଠାବ କଲା ଲିଙ୍ଗରାଜ ଥାନା ପୋଲିସ । ୪ ପେଶାଦାର ବାଇକ ଲୁଟେରାଙ୍କୁ ଗିରଫ ସହ ୧୩ ଗାଡି ଜବତ କଲା ପୋଲିସ । ୪ ଅଭିଯୁକ୍ତ ହେଲେ ଦିପୁନା ମଲ୍ଲିକ, ବିଜୟ କୁମାର ଖଟେଇ, ତସଲିମ ଖାଁ ଓ ଦୀପକ କୁମାର ଦାସ। ପୁରୀ ଜିଲ୍ଲାରେ ଏମାନଙ୍କ ନାଁ ରେ ଅନେକ କେସ ରହିଛି ।

ଚୋରି ଡକାୟତି କେସରେ ପୂର୍ବରୁ ଏମାନେ ଏକାଧିକ ଥର ଗିରଫ ମଧ୍ୟ ହୋଇଛନ୍ତି । ମାଷ୍ଟର କି’ ବ୍ୟବହାର କରି ଏମାନେ ମୁଖ୍ୟତଃ ହିରୋ ହୋଣ୍ଡା ଗାଡି ଗୁଡିକୁ ଚୋରି କରନ୍ତି । କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳରେ ଏମାନେ ଚୋରା ଗାଡି ବିକ୍ରି କରନ୍ତି । ଭୁବନେଶ୍ୱର ର୍ ଲିଙ୍ଗରାଜ ଥାନା, କ୍ୟାପିଟାଲ ଥାନା , ସହିଦନଗର, ଜିଆର୍ପି ଥାନା , ଖଣ୍ଡଗିରି ଥାନାରେ ଏମାନଙ୍କ ନାଁ ରେ ଅଭିଯୋଗ ରହିଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଜଗମୋହନ ମିନା । ସେପଟେ ଜବତ ଗାଡି ଗୁଡିକୁ ମାଲିକଙ୍କୁ ଖୁବଶୀଘ୍ର ହସ୍ତାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି ଡିସିପି ।