ଏକ ବଡ଼ ଧରଣର ବାଇକ ଚୋର ର‍୍ୟାକେଟର ପର୍ଦ୍ଦାଫାସ କଲା ପୁରୀ ଡେଲାଙ୍ଗ ପୋଲିସ୍, ୬ ଗରିଫ

ପୁରୀ : ପୁରୀ ଡେଲାଙ୍ଗ ପୋଲିସ ଏକ ବଡ଼ ଧରଣର ବାଇକ ଚୋର ର‍୍ୟାକେଟର ପର୍ଦ୍ଦାଫାସ କରିଛି । ଗୋଟିଏ କି ଦୁଇଟି ନୁହେଁ ୪୫ଟି ଦୁଇ ଚକିଆ ଗାଡ଼ି ଜବତ କରିବା ସହ ଏହି ଘଟଣାରେ ୬ ଜଣଙ୍କୁ ଗରିଫ କରିଛି । ସ୍ଥାନୀୟ କୁଆପଦା ଜଙ୍ଗଲରେ କିଛି ଯୁବକ ଦୁଇ ଚକିଆ ଗାଡ଼ି ବିକ୍ରି କରିବା ପାଇଁ ଯୋଜନା କରୁଥିବା ନେଇ ଡେଲାଙ୍ଗ ଥାନା ଅଧିକାରୀଙ୍କୁ ଖବର ଆସିଥିଲା ।

ଚୋରୀ ର‍୍ୟାକେଟରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ନାଁରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗାଞ୍ଜାମ ଆଦି ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ସୂଚନା ମିଳିଛି । ଗତ ଅଗଷ୍ଟ ମାସରେ ମଧ୍ୟ ଡେଲାଙ୍ଗ ପୋଲିସ ୨୫ଟି ଚୋରା ମୋଟର ସାଇକେଲ ଜବତ କରିବା ସହ ୪ ଜଣଙ୍କୁ ଗରିଫ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.