ବଢ଼ିବ ପୋଲିସର ବଳ, ପ୍ରତି ଥାନା କର୍ମଚାରୀଙ୍କୁ ଦିଆଯିବ ବାଇକ୍

ଭୁବନେଶ୍ୱର : ଲୋକସେବା ଭବନରେ ଜିଲ୍ଲାପାଳ ଓ ଏସପି ସମ୍ମିଳନୀର ଦ୍ୱିତୀୟ ଦିନ । ଦ୍ୱିତୀୟ ଦିନରେ ଏସପିଙ୍କୁ ଅଭିଭାଷଣ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଓଡ଼ିଶା ପୋଲିସର ମନ୍ତ୍ର ହେଉଛି ସେବା ଓ ସୁରକ୍ଷା । ଏପରିକି ପୋଲିସଙ୍କ କାର୍ଯ୍ୟକୁ ସରଳ ଓ ସହଜ କରିବାକୁ ସରକାରଙ୍କ ପକ୍ଷରୁ ବାଇକ୍ ଦିଆଯିବ । ପ୍ରତି ଥାନାରେ ସମସ୍ତଙ୍କ ପାଖରେ ରହିବ ବାଇକ୍ । ଏନେଇ ଆଜି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଏହା ମଧ୍ୟ କହିଛନ୍ତି ଯେ , ପ୍ରତି ଥାନାରେ ସମସ୍ତଙ୍କ ପାଇଁ ଗୋଟିଏ ଲେଖାଏ ନୂଆ ବାଇକ୍ ଦିଆଯିବ। ପ୍ରତ୍ୟେକ ପୋଲିସ ଅଧିକାରୀ ନିଜ ନାଁରେ ବାଇକ ନେବେ। ଖୁବଶୀଘ୍ର ୯ ହଜାର ବାଇକ୍ ଦିଆଯିବ। ପ୍ରତି ଥାନାକୁ ଆଉ ଗୋଟିଏ ଲେଖାଏ ଚାରି ଚକିଆ ଗାଡ଼ି ଦିଆଯିବ । ସେହିପରି ପୋଲିସରେ ଖାଲି ପଦବୀ ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କ ହିଛନ୍ତି, ୨୨୯୮ ହୋମଗାର୍ଡଙ୍କୁ ପୁନଃ ନିଯୁକ୍ତି ନେଇ ନିଷ୍ପତ୍ତି ହୋଇ ଛି। ହୋମଗାର୍ଡଙ୍କ ମୃତ୍ୟୁ ହେଲେ ପ୍ରୋତ୍ସାହନ ସହ ପରିବାରରୁ ଜଣଙ୍କୁ ଚାକିରି ଦେବାକୁ ଯୋଜନା ରହିଛି।
ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟର ସବୁ ମେଡିକାଲ କଲେଜରେ ସୁରକ୍ଷାକୁ କଡ଼ାକଡ଼ି କରାଯିବ । ୧୦ଟି ଯାକ ମେଡିକାଲ କଲେଜରେ ମେଡିକାଲ ଫାଣ୍ଡି କରାଯିବ। ବରମୁଣ୍ଡା ବସ୍ଷ୍ଟାଣ୍ଡରେ ମଧ୍ୟ ଆଉଟପୋଷ୍ଟ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।