ଅର୍ଥ ବିଭାଗରେ ବାୟୋମେଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ, ତିନିଦିନ ବିଳମ୍ବିତ ଉପସ୍ଥାନରେ ଗୋଟିଏ ଦିନ ସିଏଲ୍

 ଭୁବନେଶ୍ୱର : ଅର୍ଥ ବିଭାଗରେ ବାୟୋମେଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ । ସବୁ କର୍ମଚାରୀଙ୍କ ପାଇଁ ଅଫିସ୍ ଇନ୍, ଅଫିସ ଆଉଟ୍ ଟାଇମ ରେକର୍ଡ କରାଯିବ । ଗଲା ବେଳେ ଆଉଟ୍ ଟାଇମରେ ବାୟୋମେଟ୍ରିକରେ ନଦେଲେ ତାହା ଛୁଟି ବୋଲି ଧରାଯିବ । ସମସ୍ତ କର୍ମଚାରୀ ସକାଳ ୧୦ଟା ୩୦ ଭିତରେ ଅଫିସ ଆସିବେ । ସାଢେ ୭ ଘଣ୍ଟା ଅଫିସରେ ରହିବେ । କର୍ମଚାରୀ ୪ ଘଣ୍ଟା ପରେ ଯଦି ପଳାଇବେ ତାହା ଅଧାଦିନ ଛୁଟି ବୋଲି ବିବେଚନା କରାଯିବ ।

୪ ଘଣ୍ଟାରୁ କମ୍ ସମୟ ଅଫିସ ରହିଲେ ତାହାଛୁଟି ବୋଲି ବିବେଚନା କରାଯିବ । ୧୦ଟା ୩୦ ପରେ ଆସିଲେ ତାହା କର୍ମଚାରୀଙ୍କର ବିଳମ୍ବିତ ଉପସ୍ଥାନ ଭାବେ ଧରାଯିବ । ତିନିଦିନ ବିଳମ୍ବିତ ଉପସ୍ଥାନ ହେଲେ ଗୋଟିଏ ଦିନ ସିଏଲ୍ କଟିଯିବ । ୧୧ଟା ପରେ ଯଦି କୌଣସି କର୍ମଚାରୀ ଆସନ୍ତି ତାହାହେଲେ ସମ୍ପୃକ୍ତ ଦିନଟି ତାଙ୍କର ଛୁଟି ବୋଲି ବିବେଚନା ହେବ । ମନ୍ତ୍ରୀଙ୍କ ପାଖରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ । ଅଗଷ୍ଟ ୧ ରୁ ଏହା ଅର୍ଥ ବିଭାଗରେ ଲାଗୁ ହେବ ।

You might also like