ସୁନ୍ଦରଗଡ଼ ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲା, ଆଜି ପୁଣି କୋର୍ଟରେ ହାଜର ହେବେ IIC ଆନନ୍ଦ ମାଝୀ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ଆଜି ପୁଣି ହାଜର ହେବେ IIC ଆନନ୍ଦ ମାଝୀ। ସୁନ୍ଦରଗଡ଼ ପସ୍କୋ କୋର୍ଟରେ ତାଙ୍କୁ ହାଜର କରାଯିବ। ଗତ ୩ ତାରିଖରୁ କ୍ରାଇମବ୍ରାଞ୍ଚ ତାଙ୍କୁ ୪ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା ଚଳାଇଥିଲା। ଆଜି ରିମାଣ୍ଡ ଅବଧି ଶେଷ ହେବା ପରେ ପୁଣି ଥରେ ତାଙ୍କୁ କୋର୍ଟରେ ହାଜର କରାଯିବ।

ବୀରମିତ୍ରପୁର ଅଞ୍ଚଳରେ ୧୩ ବର୍ଷୀୟା ନାବାଳିକାଙ୍କୁ ଦୁଇ ପୋଲିସ କର୍ମଚାରୀଙ୍କ ସହ ଅନ୍ୟ ତିନିଜଣ ବାରମ୍ବାର ଦୁଷ୍କର୍ମ କରିବା ନେଇ ମାମଲା ରୁଜୁ ହୋଇଥିଲା । ଏହି ଘଟଣାରେ ଆନନ୍ଦ ମାଝୀଙ୍କ ସମେତ ୬ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ଏହାପରେ ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ପରେ ଆଇଆଇସିଙ୍କୁ ଅନୁଗୁଳର ହଣ୍ଡପା ଜଙ୍ଗଲରୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ଗତ ମାସ ୨୬ ତାରିଖରେ ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ନିଲମ୍ବନ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.