ଓଡ଼ିଶାର ଦ୍ୱିତୀୟ କୋଣାର୍କ ବରଞ୍ଚି ନାରାୟଣ ମନ୍ଦିର, ଏଠାରେ ଚାଲିଛି ପ୍ରସିଦ୍ଧ ଗୁଣ୍ଡୁଣୀ ମେଳା

ବହୁ କିମ୍ବଦନ୍ତୀ, ଇତିହାସ ଓ ଲୋକ ବିଶ୍ୱାସକୁ ବହନ କରିଥିବା ପ୍ରାଚୀନ ପୀଠ ହେଉଛି ବିରଞ୍ଚି ନାରାୟଣଙ୍କ ପୀଠ । ଏହି ବରଞ୍ଚି ନାରାୟଣ ମନ୍ଦିରକୁ ଓଡ଼ିଶାର ଦ୍ୱିତୀୟ  କୋଣାର୍କ  ଭାବେ ମଧ୍ୟ ବିବେଚନା କରାଯାଏ । ଏହାକୁ ସୂର୍ଯ୍ୟ ଉପାସନାର ଅନ୍ୟତମ ପ୍ରମୁଖ କ୍ଷେତ୍ର ବୋଲି ଲୋକେ ମାନନ୍ତି ।

ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପାଳିଆବିନ୍ଧା ପଞ୍ଚାୟତ ର ପାଳିଆ ଗାଁର ଏ ହେଉଛି ଐତିହାସିକ ବିରଞ୍ଚିନାରାୟଣଙ୍କ ପୀଠ । ଯେଉଁଠି ସୂର୍ଯ୍ୟ ପୂଜା ପାଇଥାଆନ୍ତି । ଚର୍ତୁମୁଖୀ  ବ୍ରହ୍ମା ମନ୍ଦିର ଭାବେ ମଧ୍ୟ ଏହା ବେଶ ଗୁରୁତ୍ବ ବହନ କରୁଛି । ଏହି ମନ୍ଦିରର ବେଢା ଓ ଚକ ଠିକ କୋଣାର୍କ ମନ୍ଦିର ପରି । କିନ୍ତୁ ଆବଶ୍ୟକୀୟ ରକ୍ଷଣାବେକ୍ଷଣ ନହେବା ଯୋଗୁଁ ତାହା ନଷ୍ଟ ହେବା ସହିତ ଅନେକ ମୂର୍ତ୍ତି ମଧ୍ୟ ଚୋରି ହୋଇଯାଇଛି । କିନ୍ତୁ ଏସବୁ ସତ୍ୱେ ଏହି ମନ୍ଦିରର ମାହାତ୍ମ୍ୟ ବଢ଼ିବାରେ ଲାଗିଛି । ଏଠାରେ ଅଘି ପୂର୍ଣ୍ଣମୀ ପର ଠାରୁ ପ୍ରସିଦ୍ଧ ଗୁଣ୍ଡୁଣୀ ମେଳା ଆୟୋଜିତ ହୋଇଥାଏ । ତେବେ ଐତିହାସିକ ତଥ୍ୟ ଅନୁସାରେ କୋଣାର୍କ ମନ୍ଦିର ୧୩ ଶହ ଶତାବ୍ଦୀରେ ନିର୍ମିତ ହୋଇଥିବାବେଳେ ବିରଞ୍ଚିନାରାୟଣ ମନ୍ଦିର ନବମ ଶତାବ୍ଦୀରେ ନିର୍ମାଣ କରାଯାଇଥିଲା ।  ତେଣୁ ଏହି ପୀଠକୁ ଦ୍ୱିତୀୟ ଅର୍କକ୍ଷେତ୍ର କୁହାଯାଏ । ଐତିହ୍ୟ ଓ ପରମ୍ପରାର ଗାଥା ବହନ କରୁଥିବା ଏହି ବିରଞ୍ଚିନାରାୟଣ ପୀଠର ପ୍ରସିଦ୍ଧ ଗୁଣ୍ଡୁଣୀ ମେଳାର ବିଶେଷତ୍ବ ହେଉଛି ଭକ୍ତମାନେ ଫୁଲଛତା ମାନସିକ କରି ଚର୍ମ ରୋଗରୁ ମୁକ୍ତ ହୋଇଥାଆନ୍ତି ବୋଲି ବିଶ୍ୱାସ ରହିଛି । ତେଣୁ ଶ୍ରଦ୍ଧାଳୁମାନେ ଓଡିଶାର ବିଭିନ୍ନ  ସ୍ଥାନରୁ  ଆସି ମାନସିକ ରଖିଥିବା ଫୁଲ ଛତାକୁ ଧାଡିରେ ଆସି ସମର୍ପଣ କରିଥାଆନ୍ତି ।

ପୁରାଣ କାହାଣୀ ଅନୁସାରେ ଦ୍ବାପର ଯୁଗରେ  ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଚର୍ମ ରୋଗରୁ ମୁକ୍ତି ପାଇାବକୁ ଏଠାକୁ ଆସିଥିଲେ ।  ପୂର୍ବରୁ ଥିବା ସମୂଦ୍ର  କୂଳରେ ସୂର୍ଯ୍ୟ ଉପାସନା କରି ଆରୋଗ୍ୟ ହୋଇଥିଲେ । ତେଣୁ ଏହି ମେଳାରେ ଶ୍ରଦ୍ଧାଳୁ ଫୁଲଛତା ମାନସିକ କଲେ ତାଙ୍କର ସମସ୍ତ ଚର୍ମରୋଗରୁ ଉପଶମ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

ସେହିପରି ଭାବେ ଆଗରୁ ଗୋଟିଏ ଦିନ ମେଳା ଅନୁଷ୍ଠିତ ହେଉଥିବା ବେଳେ ଏବେ ୫ ଦିନ ଧରି ଏହି ମେଳା ଅନୁଷ୍ଠିତ ହେଉଛି । ତେଣୁ ଶ୍ରଦ୍ଧାଳୁମାନେ ବିରଞ୍ଚି ନାରାୟଣଙ୍କୁ ଦର୍ଶନ କରି ନିଜର ମନସ୍କାମନା ଜଣାଇଥାନ୍ତି ।  ଏଠାରେ ଘର କରଣା ଜିନିଷ କିଣିବା ଠାରୁ ଆରମ୍ଭ କରି ମୀନାବଜାର ଏବଂ ସ୍ୱାଦିଷ୍ଟ ଖାଦ୍ୟର ମଜା ନିଅନ୍ତି ଲୋକେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ କର୍ମଚାରୀଙ୍କ ସହିତ ମନ୍ଦିର ଟ୍ରଷ୍ଟ ବୋର୍ଡର