ଚିଲିକାରେ କମିଛି ପକ୍ଷୀଙ୍କ ସଂଖ୍ୟା, ଏଥର ଆସିଛନ୍ତି ୧୯୬ ପ୍ରଜାତିର ପକ୍ଷୀ

ବାଲୁଗାଁ : ଚିଲିକାରେ କମିଛି ପକ୍ଷୀଙ୍କ ସଂଖ୍ୟା । ଚଳିତ ବର୍ଷର ପକ୍ଷୀ ଗଣନା ଶେଷ ହୋଇଛି । ସମଗ୍ର ଚିଲିକାରେ ଏଥର ୧୯୬ ପ୍ରଜାତିର ୧୧ ଲକ୍ଷ ୨୭ ହଜାର ୨୨୮ ଟି ପକ୍ଷୀ ଆସିଛନ୍ତି । ନଳବଣରେ ସର୍ବାଧିକ ୩ ଲକ୍ଷ ୪୩ ହଜାର ୨୨୬ ଟି ପକ୍ଷୀ ଦେଖିବାକୁ ମିଳିଛି ।

୨ ଲକ୍ଷ ୧ ହଜାର ୯୨୬ ଟି ସର୍ବାଧିକ ଗଡ଼ୱାଲ ପକ୍ଷୀ ଆସିଛନ୍ତି । ଗତବର୍ଷ ୧୮୭ ପ୍ରଜାତିର ୧୧ ଲକ୍ଷ ୩୭ ହଜାର ୭୫୯ ପକ୍ଷୀ ଆସିଥିବା ବେଳେ ଚଳିତ ବର୍ଷ ୧୦ ହଜାର ୫୩୧ଟି ପକ୍ଷୀ କମ ଆସିଛନ୍ତି । କିନ୍ତୁ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୯ ଟି ପ୍ରଜାତିର ପକ୍ଷୀ ଅଧିକ ଆସିଛନ୍ତି | ଚିଲିକାରେ ଅଧିକ ପାଣି ରହିବା ଯୋଗୁଁ ଖାଦ୍ୟ ଅନ୍ବେଷଣରେ ଅସୁବିଧା ଯୋଗୁଁ ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇଛି ବୋଲି କହିଛନ୍ତି ଚିଲିକା ୱାଇଲଡ ଲାଇଫ ଡିଏଫଓ ଅମ୍ଲାନ ନାୟକ ।

You might also like