ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ

ରାଜନଗର(କେନ୍ୟୁଜ୍): ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହୋଇଛି ଦେଶୀୟ ପକ୍ଷୀ ଗଣନା। ପକ୍ଷୀ ଗଣନା ପାଇଁ ୩ଟି ଟିମ୍ ଗଠନ କରାଯାଇଛି । ପ୍ରତି ଟିମରେ ୪ଜଣ ସଦସ୍ୟ ଅଛନ୍ତି । ଏହି ଗଣନା ୮ ତାରିଖ ରୁ ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଚାଲିବ। ଭିତରକନିକାର ଲଷ୍ମୀ ପ୍ରସାଦ, ଦୁର୍ଗା ପ୍ରସାଦ ଓ ମଠଆଡିଆ ଆଦି ୩ଟି ସ୍ଥାନ ରେ ପକ୍ଷୀ ଗଣନା କରାଯାଉଛି ।

ଗଣନା ସମୟରେ ଗେଣ୍ଡାଳିଆ, ରାଣୀବଗ, ଛୋଟ ବଗ, ମିଝିଆ ବଗ, ଦାବେଣ୍ଟିଆ, ଅଞ୍ଜନା, ପାଣିକୁଆ, କାପରଖାଇ, ଖଇରା ଓ ଅନ୍ଧାରି ବଗ ଆଦି ପ୍ରଜାତିର ଦେଶୀୟ ପକ୍ଷୀ ଦେଖିବା ପାଇଁ ମିଳିଥାନ୍ତି । ଏନେଇ କନିକା ରେଞ୍ଜ ଅଫିସର ମାନସ କୁମାର ଦାସ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.