କାଲି ସକାଳ ୬ଟାରୁ ୧୧ଟା ପର୍ଯ୍ୟନ୍ତ ଚିଲିକାରେ ଆରମ୍ଭ ହେବ ପକ୍ଷୀ ଗଣନା, ୧୯ଟି ଗଣନାକାରୀ ଦଳ ଅଛନ୍ତି ନିୟୋଜିତ

ଟଙ୍ଗୀ(କେନ୍ୟୁଜ୍):  ଆସନ୍ତାକାଲି ସକାଳ ୬ଟାରୁ ଚିଲିକାରେ ଆରମ୍ଭ ହେବ ପକ୍ଷୀ ଗଣନା । ଦିନ ୧୧ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା କରାଯିବ । ୨୧ଟି ଗଣନାକାରୀ ଦଳରେ ୧୦୦ରୁ ଉର୍ଦ୍ଧ୍ୱ ଗଣନାକାରୀ ଓ ୬୦ଜଣ ଗାଇଡ ନିୟୋଜିତ ହେବେ । ୧୯ଟି ଗଣନାକାରୀ ଦଳ ଚିଲିକା ଜଳରାଶି ମଧ୍ୟରେ ଓ ୨ ଗୋଟି ଗଣନାକାରୀ ଦଳ ଚିଲିକା ତଟବର୍ତୀ ସ୍ଥଳଭାଗରେ ପକ୍ଷୀ ଗଣନାରେ ନିୟୋଜିତ ରହିବେ ।

 ପ୍ରତି ଦଳରେ ୫ରୁ ୭ଜଣ ଗଣନାକାରୀ ସାମିଲ ରହିବେ । ଚିଲିକା ବନ୍ୟପ୍ରାଣୀ ବିଭାଗ, ବାଲୁଗାଁ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବଡକୂଳ ସ୍ଥିତ ସି.ଡି.ଏ କାର୍ଯାଳୟରେ ପକ୍ଷୀ ଗଣନା ପାଇଁ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।

ବିଶେଷଜ୍ଞମାନେ ଗଣାନାକାରୀଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି । ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ପକ୍ଷୀ ବିଶାରଦ ଏହି ଗଣନା କାର୍ଯ୍ୟରେ ସାମିଲ ହେବେ । ଅନକୂଳ ପାଗ ସାଙ୍ଗକୁ ପର୍ଯ୍ୟାପ୍ତ ଖାଦ୍ୟ ପରିବେଶ ଅନୁକୁଳ ଥିବାରୁ ଚଳିତବର୍ଷ ପକ୍ଷୀଙ୍କ ସଂଖ୍ୟା ନିଶ୍ଚୟ ବଢ଼ିବାର ସମ୍ଭାବନା ଅଛି । ଗଣନା ପରେ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡ଼ିବ ବୋଲି ପକ୍ଷୀ ବିଶାରଦ ଓ ପକ୍ଷୀ ପର୍ଯ୍ୟବେକ୍ଷକ କହିଛନ୍ତି ।

 

Leave A Reply

Your email address will not be published.