ଆଜିଠୁ ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା , ୨୦ଟି ଦଳରେ ଶହେ ଜଣ ଗଣନାକାରୀ ନିୟୋଜିତ

ଚିଲିକା(କେନ୍ୟୁଜ୍): ଆଜିଠୁ ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ସକାଳ ୬ଟାରୁ ଆରମ୍ଭ ହୋଇଥିବା ଗଣନା କାର୍ୟ୍ୟ ମଧ୍ୟାହ୍ନ ୧୨ଟା ପର୍ୟ୍ୟନ୍ତ ଚାଲିବ । ୨୦ଟି ଦଳରେ ଶହେ ଜଣ ଗଣନାକାରୀ ନିୟୋଜିତ ଅଛନ୍ତି ।
ପ୍ରତି ଦଳରେ ୪ରୁ ୫ଜଣ ଜଣ ଗଣନକାରୀ ରହିଛନ୍ତି । ପକ୍ଷୀ ଗଣନା ସମୟରେ ପକ୍ଷୀ ଅଭୟାରଣ୍ୟକୁ ଯିବାକୁ ପର୍ୟ୍ୟଟକଙ୍କୁ ବାରଣ କରାଯାଇଛି। ଗତକାଲି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ କାର୍ୟ୍ୟାଳୟେରେ ବନ୍ୟପ୍ରାଣୀ ବିଭାଗ ତରଫରୁ ପକ୍ଷୀ ଗଣନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଗତବର୍ଷ ୮ଲକ୍ଷ ୫୮ହଜାର ୮୫୫ଟି ପକ୍ଷୀ ଆସିଥିଲେ।