ବାର୍ଡ ଫ୍ଲୁ ! ଆଜିଠୁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ଆରମ୍ଭ କୁକୁଡା ମରା ଅଭିଯାନ

କୃଷ୍ଣପ୍ରସାଦ(କେନ୍ୟୁଜ୍) : ବାର୍ଡ ଫ୍ଲୁ ପରେ ଆଜିଠୁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ଆରମ୍ଭ ହେବ କୁକୁଡା ମରା ଅଭିଯାନ । ୩ଟି ଗାଁ ପଥରଗଞ୍ଜ, ସାନସାହି, ବୁଦ୍ଧିବର ଗାଁର ଏକ କିଲୋମିଟର ପରିସୀମା ଭିତରେ କଲିଂ ହେବ । ଏହି କାମରେ ନିୟୋଜିତ ହେବେ ୮ଟି ଟିମ୍ । କୁକୁଡ଼ାଙ୍କୁ ମାରି ପୋତି ଦିଆଯିବ । ଏସବୁ ଗାଁର ୧୦ କିଲୋମିଟର ପରିସୀମା ଭିତରେ କୁକୁଡା ମାଂସ ନ ଖାଇବାକୁ ଲୋକଙ୍କୁ ସଚେତନ କରାଯାଇଛି । ସ୍ଥାନୀୟ ଅଂଚଳରେ ଥିବା ସ୍କୁଲରେ ମଧ୍ୟହ୍ନ ଭୋଜନରେ ଅଣ୍ଡା ଯୋଗାଣ ବନ୍ଦ କରିଛି ପ୍ରଶାସନ ।
କୃଷ୍ଣପ୍ରସାଦ ବ୍ଲକରେ ୩ ଦିନରେ ୨୦ହଜାରରୁ ଅଧିକ କୁକୁଡାଙ୍କ ମୃତ୍ୟୁ ହୋଇଥିଲା । ମରିଥିଲେ ଶତାଧିକ କାଉ । ସଂଗୃହୀତ ସଂକ୍ରମଣ ନମୁନାକୁ ପରୀକ୍ଷା ପାଇଁ ଭୋପାଳ ସ୍ଥିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହାଇ ସିକ୍ୟୁରିଟି ଆନିମଲ୍ ଡିଜିଜ୍କୁ ପଠାଯାଇଥିଲା। ସେଥିରୁ ରିପୋର୍ଟ ପଜିଟିଭ୍ ଆସିଛି। ଏହାବ୍ୟତୀତ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୫ଶହରୁ ଅଧିକ ନମୁନା ସଂଗ୍ରହ କରି ଭୋପାଳ ପଠାଯାଇଛି।