ବାର୍ଡ ଫ୍ଲୁ ଭୟ : ସ୍ଥିତି ତଦାରଖ କରିବାକୁ ଆସୁଛନ୍ତି କେନ୍ଦ୍ରୀୟ ଦଳ

ପିପିଲି: କୁକୁଡ଼ା ମରା ଅଭିଯାନର ଆଜି ତୃତିୟ ଦିନ । ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଳକରେ ଚାଲିଛି କୁକୁଡା ମରା ଭପିଯାନ । ଆଜି ଘରେ ପାଳିତ କୁକୁଡ଼ା ଗୁଡିକୁ ମରା ଯାଉଛି । ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ସମେତ ଜିଲ୍ଲାସ୍ତରର ଅତିରିକ୍ତ ଚିକିତ୍ସାଧିକାରୀ ମାନେ ଏଥିରେ ସାମିଲ ଅଛନ୍ତି । କୁକୁଡ଼ା ମରା ଅଭିଜାନ ଶେଷ ହେବା ପରେ ଫାର୍ମ ବିଶୋଧନୀ କରଣ କରାଯିବାର ବ୍ୟବସ୍ଥା ରହିଛି । ରାଜ୍ୟରେ ଏପର୍ଯ୍ୟନ୍ତ ପୁରୀ ଜିଲ୍ଲାର ପିପିଲି, ନିମାପଡ଼ା, ସତ୍ୟବାଦୀ ଓ ଡେଲାଙ୍ଗରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛଉି। ବାର୍ଡ ଫ୍ଲୁ ସ୍ଥିତି ତଦାରଖ କରିବାକୁ ଆସନ୍ତା ୪ ଓ ୫ ତାରିଖରେ ଆସୁଛନ୍ତି କେନ୍ଦ୍ରୀୟ ଦଳ। ରୋଗ ସଂକ୍ରମଣ ରୋକବିକା ପାଇଁ ୫୧ଟି ରାପିଡ୍ ରେସପନ୍ସ ଟିମ୍ ଫାର୍ମ ବିଶୋଧନ ଏବଂ କୁକୁଡ଼ା ମାରିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏପର୍ଯ୍ୟନ୍ତ ୩୫ ହଜାର କୁକୁଡ଼ା ମରା ସରିଛି।
ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରେ ବାର୍ଡ ଫ୍ଲୁ ସନ୍ଦେହ । ୬ ବସ୍ତା ମଲା କୁକୁଡ଼ା ଦେଖି ଛାନିଆ ନରସିଂହପୁର ଅଞ୍ଚଳବାସୀ। କେନ୍ଦ୍ରାପଡ଼ା ଡେରାବିଶ ଥାନା ନରସିଂହପୁର ପଞ୍ଚାୟତର ରାସ୍ତାକଡ଼ରୁ ବସ୍ତା ବସ୍ତା ମଲା କୁକୁଡ଼ା ମିଳିବାରୁ ଏମିତି ସନ୍ଦେହ ବଢିଛି। ଗତକାଲି ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ସ୍ଥାନୀୟ ଅଞ୍ଚଳର ସବୁ ଫାର୍ମରୁ କୁକୁଡାଙ୍କ ସାମ୍ପଲ୍ ସଂଗ୍ରହ କରାଯାଇଛି ।